Categories: ଖେଳ

ଶାହିଦ ଆଫ୍ରିଦିଙ୍କ ଝିଅଙ୍କ ହାତ ଧରିଲେ ଶାହିନ

ଇସଲାମାବାଦ,୩।୨: ପାକିସ୍ତାନ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ଶାହିନ ଆଫ୍ରିଦି ଶୁକ୍ରବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦିଙ୍କ ଝିଅ ଅନ୍‌ଶାଙ୍କ ସହ ତାଙ୍କର ବିବାହ ହୋଇଛି। ମୁସଲମାନ ରୀତିନୀତିରେ ବିବାହ ଅନୁଷ୍ଠିତ ହୋଇଛି। ଏହି ବିବାହରେ ପରିବାରଲୋକଙ୍କ ସହ ସାଥୀ କ୍ରିକେଟର ସାମିଲ ହୋଇଥିଲେ। ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରାଯିବା ପରେ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

Share