Advertisement

ପୁଣି ବିବାହ କରିବେ ଏହି କ୍ରିକେଟର୍‌

ଇସଲାମାବାଦ୍‌,୧୦।୯: ପାକିସ୍ତାନ କ୍ରିକେଟର ଶାହିନ ଶାହା ଆଫ୍ରିଦି ତାଙ୍କ ସ୍ତ୍ରୀ ଅନ୍‌ସା ଆଫ୍ରିଦିଙ୍କୁ ପୁଣି ଥରେ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଦୁହେଁ ପ୍ରଥମେ ପାରମ୍ପାରିକ ଆଫ୍ରିଦି ରୀତିନୀତି ଅନୁଯାୟୀ ଚଳିତ ବର୍ଷ ଫେବୃଆରୀ ୩ରେ ବିବାହ କରିଥିଲେ। କେବଳ ଘନିଷ୍ଠ ପରିବାର ସଦସ୍ୟ ଏବଂ ବନ୍ଧୁମାନେ ଯୋଗ ଦେଇଥିଲେ।
ବର୍ତ୍ତମାନ ଶାହିନ ଏବଂ ଅନ୍‌ସା ନିଜ ପ୍ରେମ କାହାଣୀକୁ ସାରା ବିଶ୍ୱ ସହ ସହିତ ବାଣ୍ଟିବାକୁ ପ୍ରସ୍ତୁତ। ଏସିଆ କପ ୨୦୨୩ ଫାଇନାଲ୍‌ର ଦୁଇ ଦିନ ପରେ ଅର୍ଥାତ୍‌ ସେପ୍ଟେମ୍ବର ୧୯ରେ ଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୨୧ରେ ଏହି ଦମ୍ପତି ବିବାହ ରିସେପ୍ସନ ଦେବେ।
୨୩ ବର୍ଷୀୟ ଶାହିନ ଆଫ୍ରିଦି କ୍ରିକେଟ ଦୁନିଆରେ ହଇଚଇ ସୃଷ୍ଟି କରିସାରିଛନ୍ତି। ପ୍ରାୟତଃ ଡେଲ ଷ୍ଟେନ ଏବଂ ଜିମି ଆଣ୍ଡରସନଙ୍କ ପରି କିମ୍ବଦନ୍ତୀ ବୋଲରଙ୍କ ସହ ତାଙ୍କର ତୁଳନା କରାଯାଏ। ସେ ଏସିଆ କପ ୨୦୨୩ରେ ପାକିସ୍ତାନୀ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share