Categories: ଖେଳ

ବିଶ୍ୱକପ୍‌ରେ ବଡ଼ ବିଶ୍ୱ ରେକର୍ଡ ଭାଙ୍ଗିଲେ ପାକିସ୍ତାନର ଏହି ବୋଲର୍‌; ଷ୍ଟାର୍କ ରହିଗଲେ ପଛରେ…

ନୂଆଦିଲ୍ଲୀ,୩୧।୧୦: ବିଶ୍ୱକପ୍‌ ୨୦୨୩ରେ ପାକିସ୍ତାନ ଟିମ୍‌ର ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ଚମକିଛନ୍ତି ଜଣେ ଖେଳାଳି। ସେ ହେଲେ ଶାହିନ ଶାହା ଆଫ୍ରିଦି। ଶାହିନ ନିଜ ଜବରଦସ୍ତ ପ୍ରଦର୍ଶନ ଯୋଗୁ ବୋଲର୍‌ ଭାବେ ଏକ ବିଶ୍ୱ ରେକର୍ଡ ବି ଭାଙ୍ଗିଛନ୍ତି।

ବାଲାଂଦେଶ ବିପକ୍ଷରେ ପ୍ରଥମ ଉଇକେଟ ନେବା ମାତ୍ରେ ଶାହିନ ଏକ ବଡ଼ ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ସେ ଦିନିକିଆରେ ଦ୍ରୁତତମ ୧୦୦ ଉଇକେଟ ପୂରଣ କରିଛନ୍ତି। ପୂର୍ବରୁ ମିଶେଲ ଷ୍ଟାର୍କଙ୍କ ନାମରେ ଏହି ବିଶ୍ୱ ରେକର୍ଡ ଥିବା ବେଳେ ଏବେ ଶାହିନ ତାଙ୍କ ସ୍ଥାନ ନେଇଛନ୍ତି। ଶାହିନ ନିଜର ୫୧ତମ ମ୍ୟାଚ୍‌ରେ ନିଜର ୧୦୦ ଉଇକେଟ ପୂରଣ କରିଛନ୍ତି। ଷ୍ଟାର୍କ ୫୨ ମ୍ୟାଚ୍‌ରେ ଏହି କାରନାମା କରିଥିଲେ।

୨୦୧୮ ସେପ୍ଟେମ୍ବର ୨୧ରେ ଆଫଗାନିସ୍ତାନ ବିପକ୍ଷରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ ଶାହିନ। ସେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ରଖିବା ପରଠାରୁ ନିଜର ଦବ୍‌ଦବା ଜାହିର କରିଥିଲେ।

Share