Advertisement
Categories: Homeଖେଳ

ସେମିଫାଇନାଲ ପୂର୍ବରୁ ହାତରେ ତ୍ରିରଙ୍ଗା ଧରିଲେ ପାକିସ୍ତାନୀ ଖେଳାଳି, ଦେଲେ ଅଟୋଗ୍ରାଫ

ସିଡନୀ,୯।୧୧: ପାକିସ୍ତାନ କ୍ରିକେଟ ଟିମ୍‌ ଏବେ ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ୱକପ୍‌ର ଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଦଳ ସେମିଫାଇନାଲ ମୁକାବିଲାରେ ୭ ଉଇକେଟରେ ବିଜୟ ଲାଭ କରିଛି। ତେବେ ଏହି ମୁକାବିଲା ପୂର୍ବରୁ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ପାକିସ୍ତାନ ଟିମ୍‌ର ଷ୍ଟାର ଦ୍ରୁତ ବୋଲର୍‌ ଶାହିନ ଶାହ ଆଫ୍ରିଦିଙ୍କ ହାତରେ ତ୍ରିରଙ୍ଗା ଥିବା ଦେଖାଯାଇଛି।

ସିଡନୀରେ ପହଞ୍ଚିବା ପରେ ଶାହିନ ପ୍ରଶଂସକଙ୍କୁ ଭେଟିଥିଲେ। ଏହି ସମୟରେ ସେ ହାତରେ ତ୍ରିରଙ୍ଗା ଧରି ସେଥିରେ ଅଟୋଗ୍ରାଫ ଦେଇଥିଲେ। ଏହାକୁ ନେଇ ସେ ଶ୍ୱଶୁର ଶାହିଦ ଆଫ୍ରିଦିଙ୍କ ପଦାକୁ ଅନୁସରଣ କରୁଥିବା କୁହାଯାଉଛି।

କହିରଖୁଛୁ, ଶାହିନଙ୍କ ନିର୍ବନ୍ଧ ଶାହିଦଙ୍କ ଝିଅଙ୍କ ସହ ହୋଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ପୂର୍ବରୁ ୨୦୧୮ରେ ସ୍ବିଜରଲ୍ୟାଣ୍ଡରେ ଏକ ଟୁର୍ନାମେଣ୍ଟ ସମୟରେ ଶାହିଦଙ୍କୁ ମଧ୍ୟ ପ୍ରଶଂସକ ଘେରି ଯାଇଥିଲେ। ଏହି ସମୟରେ କିଛି ଭାରତୀୟ ପ୍ରଶଂସକ ତ୍ରିରଙ୍ଗା ଧରିଥିଲେ। ଶାହିଦ ତ୍ରିରଙ୍ଗାକୁ ସମ୍ମାନ ଜଣାଇ ଫଟୋ ଉଠାଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share