Categories: ଜାତୀୟ

ଭାରତକୁ ତାଲିବାନର ଚେତାବନୀ

ନୂଆଦିଲ୍ଲୀ,୧୬ ।୮: ଆଫଗାନିସ୍ତାନରେ ପୁଣି ତାଲିବାନର ଶାସନ ଚାଲିବ । ଆତଙ୍କବାଦୀ ସଙ୍ଗଠନ ତାଲିବାନ ହାତକୁ ଦେଶର ଶାସନ ଡୋରି ଚାଲିଯାଇଛି । ରାଷ୍ଟ୍ରପତି ଅଶରଫ ଘନିଙ୍କ ସମେତ ଆଉ କେତେଜଣ ନେତା ଦେଶଛାଡି ବାହାରକୁ ଚାଲିଗଲେଣି । ରାଷ୍ଟ୍ରପତି ଭବନ ଉପରେ ତାଲିବାନ କବଜା କରି ସାରିଲାଣି । ତାଲିବାନ ପ୍ରବକ୍ତା ଲାଗାତାର ନିଜକଥା ବିଶ୍ୱବାସୀଙ୍କ ସାମ୍ନାରେ କହି ଚାଲିଛନ୍ତି । ତାଲିବାନ ପ୍ରବକ୍ତା ଶାହିନ ସୁହେଲ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ, ସେ ପରୋକ୍ଷ ଭାବେ ଭାରତକୁ ଏକ ପ୍ରକାର ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଆମେ ଭାବୁଛୁ ଭାରତ ତା’ର ନିୟମ ବଦଳାଇ ତାଲିବାନକୁ ସମର୍ଥନ କରିବ । ସୁହେଲ କହିଛନ୍ତି ଭାରତ ସହ ଭବିଷ୍ୟତରେ ସମ୍ପର୍କ ଭଲ ରହିବ ଯଦି ସେ ତାଲିବାନକୁ ସମର୍ଥନ କରିବ । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଆଶା କରୁଛୁ ଭାରତ ତା’ର ନୀତିରେ ପରିବର୍ତ୍ତନ କରିବ । ପୂର୍ବରୁ ସେ ସେହି ଶାସନକୁ ସମର୍ଥନ କରୁଥିଲା ଯାହାକୁ କେବଳ ଥୋପି ଦିଆଯାଇଥିଲା । ତେଣୁ ଭାରତ ତା’ର ନୀତିରେ ପରିବର୍ତ୍ତନ କଲେ ଦୁଇ ଦେଶର ସମ୍ପର୍କ ନିଶ୍ଚିତ ଭଲ ରହିବ ।

Share