ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ଏହି ହ୍ୟାଣ୍ଡସମ୍‌ ଅଭିନେତା; ନଭେମ୍ବରରେ କରିଥିଲେ ବିବାହ

ବମ୍ବେ: ବାପା ହେବାକୁ ଯାଉଛନ୍ତି ଟେଲି ପରଦାର ହ୍ୟାଣ୍ଡସମ୍‌ ହଙ୍କ ଭାବେ ପରିଚିତ ସାହିର ଶେଖ। ନଭେମ୍ବରରେ ସେ ପ୍ରେମିକା ରୁଚିକା କପୁରଙ୍କୁ ବିବାହ କରିଥିଲେ। ଏବେ ଉଭୟ ପ୍ରଥମ ସନ୍ତାନକୁ ନେଇ ବେଶ ଉତ୍ସାହିତ ଅଛନ୍ତି।

ନିଜର ବ୍ୟକ୍ତିଗତ କଥାକୁ ସୋସିଆଲ ମିଡିଆରେ ପରିପ୍ରକାଶ କରିବାକୁ ସେତେଟା ପସନ୍ଦ କରନ୍ତି ନାହିଁ ସାହିର। ସେଥିପାଇଁ ଡେଟ୍‌ ଓ ବିବାହ କଥା କେହି ବି ଜାଣି ପାରି ନ ଥିଲେ। ପରେ ସେ ରୁଚିକାଙ୍କୁ କୋର୍ଟରେ ବିବାହ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ।

Share