Categories: ଖେଳ

ଶାହିଦ ଆଫ୍ରିଦି ମୋତେ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ: ଦାନିଶ

ଇସଲାମାବାଦ,୨୭।୧୦: ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିଶ କାନେରିଆ ଏକ ଚମକାଇବା ଭଳି ଖୁଲାସା କରିଛନ୍ତି। ଦଳର ଖେଳାଳିମାନେ ତାଙ୍କୁ ନିଜର ଧର୍ମ ପରିବର୍ତ୍ତନ କରିବା ଲାଗି ବାଧ୍ୟ କରିଥିବା ସେ କହିଛନ୍ତି। ଖେଳାଳିମାନଙ୍କ ମଧ୍ୟରେ ସର୍ବପ୍ରଥମେ ସେ ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ନାମ ନେଇଛନ୍ତି।

ଏକ ଗଣମାଧ୍ୟକୁ ସାକ୍ଷାତକାର ଦେଇ ସ୍ପୋର୍ଟ ଫିକ୍ସିଂକୁ ଅଭିଯୋଗ କାରଣରୁ ତାଙ୍କ ଉପରେ ଲାଗିଥିବା ଆଜୀବନ ବ୍ୟାନ୍‌ ବିଷୟରେ ଉପରେ ଜବାବ ରଖି କାନେରିଆ କହିଛନ୍ତି, ମୋ କ୍ୟାରିୟର ବେଶ ଭଲ ଚାଲିଥିଲା। ମୁଁ କାଉଣ୍ଟିଂ କ୍ରିକେଟ ବି ଖେଳୁଥିଲି। ଇଞ୍ଜମାମ-ଉଲ-ହକ ଏବଂ ଶୋଏବ ଅଖତର ଏଭଳି ଲୋକ ଥିଲେ ଯିଏ କି ମୋର ସମର୍ଥନ କରୁଥିଲେ। ହେଲେ ଶାହିଦ ଆଫ୍ରିଦି ମୋତେ ବହୁତ ହଇରାଣ କରିଛନ୍ତି। ଆଫ୍ରିଦି ଏବଂ ଅନ୍ୟ ଲୋକ ମୋ ସହ ଖାଉ ନ ଥିଲେ। ଆଫ୍ରିଦି ମୋତେ ଇସଲାମ ଧର୍ମ ଆପଣାଇବାକୁ ବାଧ୍ୟ କରିଥିଲେ। ଏପରିକି ସ୍ପୋଟ୍‌ ଫିକ୍ସି ଅଭିଯୋଗକୁ ସ୍ବୀକାର କରିବାକୁ ଚାପ ପକାଯାଇଥିଲା ବୋଲି ସେ କହିଛନ୍ତି।

ପ୍ରକାଶ ଯେ, କାନେରିଆ ପାକିସ୍ତାନର ଜାତୀୟ ଟିମ୍‌ ପକ୍ଷରୁ ଖେଳିଥିବା ଦ୍ୱିତୀୟ ହିନ୍ଦୁ ଖେଳାଳି ଥିଲେ। ତାଙ୍କ ପୂର୍ବରୁ ଦାଦାପୁଅ ଭାଇ ଅନିଲ ଦଲପତ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଭାବେ ଦଳ ପକ୍ଷରୁ ଖେଳିଥିଲେ। କାନେରିଆ ଜଣେ ଲେଗ୍‌ ସ୍ପିନର ଥିଲେ। ସେ ୬୧ ଟେଷ୍ଟ ମ୍ୟାଚ୍‌ରେ ୩୬୦ ଉଇକେଟ ନେଇଥିଲେ। ବର୍ତ୍ତମାନ ସମୟରେ ଟେଷ୍ଟ କ୍ରିକେଟରେ ଦଳ ପକ୍ଷରୁ ଚତୁର୍ଥ ସର୍ବାଧିକ ଉଇକେଟ ନେଇଥିବା ବୋଲର ଭାବେ ଗଣା ହେଉଛନ୍ତି।

Share