Advertisement
Categories: Home Leftଖେଳ

ଏଲ୍‌ପିଏଲ୍‌ରେ ଏହି ଯୁବ ଖେଳାଳିଙ୍କ ଉପରେ ରାଗିଗଲେ ଆଫ୍ରିଦି: କହିଲେ ‘ପୁଅ ତୁମେ ଜନ୍ମହେବା ପୂର୍ବରୁ ମୁଁ ଶତକ ମାରୁଥିଲି’

ନୂଆଦିଲ୍ଲୀ,୧।୧୨: ଲଙ୍କା ପ୍ରିମିୟର ଲିଗ୍‌(ଏଲ୍‌ପିଏଲ୍‌)ରେ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଆଫଗାନିସ୍ତାନର ଜଣେ ଯୁବ ଖେଳାଳିଙ୍କ ସହ ବଚସା କରିଥିବା ଦେଖିବାକୁ ମିଳିଛି। ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ନବିନଉଲ ହକଙ୍କ ସହ ଆଫ୍ରିଦି ଯୁକ୍ତିତର୍କ କରିଥିଲେ। ଏହାର କିଛି ଭିଡିଓ ଭାଇରାଲ ହେଉଛି।

ତେବେ ଆଫଗାନିସ୍ତାନ କ୍ରିକେଟର ହକ୍‌ ମହମ୍ମଦ ଆମିରଙ୍କୁ ପ୍ରଥମେ କଟାକ୍ଷ କରିବା ସହ ଦୁର୍ବ୍ୟବହାର କରିଥିଲେ। ମ୍ୟାଚ୍‌ ଶେଷ ହେବା ପରେ ଆଫ୍ରିଦି ଏ ନେଇ ହକ୍‌ଙ୍କୁ ପଚାରିଥିଲେ। ହେଲେ ସେ ଆଫ୍ରିଦିଙ୍କୁ ମଧ୍ୟ ରାଗିକରି ଉତ୍ତର ଦେଇଥିଲେ। ଏହାଶୁଣି ଆଫ୍ରିଦି ରାଗିଯାଇ ପୁଅ, ତୁମ ଜନ୍ମହେବା ପୂର୍ବରୁ ମୁଁ ଅନ୍ତର୍ଜାତୀୟ କ୍ରିକେଟରେ ଶତକ ମାରୁଥିଲି ବୋଲି କହିଥିଲେ।