Categories: ଖେଳ

ପୁଣି ପାକିସ୍ତାନ କ୍ରିକେଟକୁ ଫେରିଲେ ଆଫ୍ରିଦି, ମିଳିଲା ଏହି ଗୁରୁ ଦାୟିତ୍ୱ

ଇସଲାମାବାଦ,୨୪।୧୨: ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଶନିବାର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କୁ ଗୁରୁ ଦାୟିତ୍ୱ ଦେଇଛି। ତାଙ୍କୁ ଜାତୀୟ ଚୟନ କମିଟିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ଶାହିଦ ଏହି ୪ ଜଣିଆ କମିଟିର ନେତୃତ୍ୱ ନେବେ। ଆଫ୍ରିଦିଙ୍କ ବ୍ୟତୀତ ଚୟନ କମିଟିରେ ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ, ରାଓ ଇଫତିକାର ଅଞ୍ଜୁମ ଓ ଆବାହକ ହାରୁନ ରଶିଦ ରହିଛନ୍ତି।

ନିକଟରେ ପାକିସ୍ତାନ କ୍ରିକେଟରେ ଅନେକ ପରିବର୍ତ୍ତନ ହୋଇଛି। ପିସିବି ଅଧ୍ୟକ୍ଷ ପଦରୁ ରମିଜ ରାଜା ବିଦା କରାଯାଇ ନଜମ ସେଠୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏବେ ଚୟନ କମିଟିରେ ମଧ୍ୟ ପରିବର୍ତ୍ତନ କରାଯାଇଛି।

କହିରଖୁଛୁ, ଆଫ୍ରିଦି ପାକିସ୍ତାନର ମହାନ ଅଲରାଉଣ୍ଡର୍ସଙ୍କ ମଧ୍ୟରୁ ଜଣେ। ସେ ଦଳ ପକ୍ଷରୁ ୩୯୮ ଦିନିକିଆ ଖେଳି ୮୦୬୪ ରନ୍‌ କରିଥିଲେ। ସେହିଭଳି ୯୯ ଟି୨୦ରେ ୧୪୧୬ ରନ୍‌ କରିଥିଲେ। ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ହେଁ ଅନେକ ଫ୍ରାଞ୍ଚାଇଜ ଲିଗ୍‌ରେ ଖେଳୁଥିବା ନଜର ଆସିଛନ୍ତି।

Share