ଲାହୋର,୧୩।୯: ଭାରତ ବନାମ ପାକିସ୍ତାନ ମ୍ୟାଚ୍ରେ ହାତରେ ତ୍ରିରଙ୍ଗା ଧରିଥିଲେ ଶାହିଦ ଆଫ୍ରିଦିଙ୍କ ଝିଅ। ଏନେଇ ଏହି ପାକିସ୍ତାନର ପୂର୍ବତନ ଅଧିନାୟକ ଲାଇଭ୍ ଟିଭିରେ କହିଛନ୍ତି। ଏସିଆ କପ୍ ୨୦୨୨ର ସୁପର-୪ ମୁକାବିଲାରେ ଭାରତକୁ ପରାସ୍ତ କରିଥିଲା ପାକିସ୍ତାନ। ତେବେ ଏହି ମ୍ୟାଚ୍ରେ ଭାରତକୁ ସମର୍ଥନ କରିଥିଲେ ଆଫ୍ରିଦିଙ୍କ ସାନ ଝିଅ।
ସମାଁ ଟିଭି ସହ ବାର୍ତ୍ତାଳାପରେ ଆଫ୍ରିଦି କହିଛନ୍ତି, ଦୁବାଇ ଷ୍ଟାଡିୟମରେ ୧୦ ପ୍ରତିଶତ ପାକିସ୍ତାନୀ ପ୍ରଶଂସକ ଥିଲେ। ଭାରତୀୟ ପ୍ରଶଂସକ ବହୁତ ଅଧିକ ଥିଲେ। ସେଠାରେ ପାକିସ୍ତାନ ପତାକା ଉପଲବ୍ଧ ନ ଥିଲା। ଏଥିଲାଗି ତାଙ୍କ ଝିଅ ଭାରତର ତ୍ରିରଙ୍ଗା ଧରିଥିଲେ। ଏହାର ଭିଡିଓ ତାଙ୍କ ପାଖରେ ରହିଛି। ହେଲେ ତାକୁ ସୋସିଆଲ ମିଡିଆରେ ଶେୟାର କରିବା ଠିକ୍ ହେବ କି ନାହିଁ ସେ ଜାଣି ନାହାନ୍ତି ବୋଲି କହିଛନ୍ତି।