ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଶାହିଦ

ମୁମ୍ବାଇ: ବଲିଉଡ୍‌ର ସେଲିବ୍ରିଟିମାନେ ଯେଉଁଆଡ଼େ ଯାଆନ୍ତି, ଫଟୋଗ୍ରାଫରମାନେ ତାଙ୍କ ପଛରେ ପଡ଼ିଯାନ୍ତି। କିଛି ସେଲିବ୍ରିଟି ଶାନ୍ତ ଭାବରେ ଫଟୋଗ୍ରାଫରଙ୍କୁ ଫଟୋ ପାଇଁ ପୋଜ୍‌ ଦେଇଥାନ୍ତି। ବେଳେବେଳେ କିଛି ସେଲିବ୍ରିଟି ଖୁବ୍‌ ରାଗିଯାନ୍ତ। ନିକଟରେ ଭୂମି ପେଡନେକର ଫଟେଗ୍ରାଫରଙ୍କ ଉପରେ ରାଗି ଥିବା ବେଳେ ଏବେ ଶାହିଦ କପୁର ରାଗି କି ଖପ୍ପା।

ନିକଟରେ ଏହି ଅଭିନେତା ତାଙ୍କ ସ୍ତ୍ରୀ ମୀରା ରାଜପୁତ ଏବଂ ଶାଶୁଙ୍କ ସହ ମୁମ୍ବାଇରେ ନଜର ଆସିଥିଲେ। ଏହି ସମୟରେ ସେ ଫଟୋଗ୍ରାଫରଙ୍କ ଉପରେ ରାଗି ଯାଇଥିଲେ। ଏପରିକି ସେ ଗାଳି ମଧ୍ୟ ଦେଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଶାହିଦଙ୍କ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳିଛି, ଶାହିଦ ଫଟୋଗ୍ରାଫରଙ୍କ ଉପରେ ପ୍ରଚଣ୍ଡ ରାଗି ଯାଇଛନ୍ତି।

ଶାହିଦ କହିଛନ୍ତି, ‘ତୁମେ କାହିଁକି ପାଟି କରୁଛ? ଏହାର କାରଣ କ’ଣ? ମୁଁ ଏଠାରେ ଠିଆ ହୋଇଛି। ତୁମେ ପାଗଳ ପରି ଚିତ୍କାର କରୁଛ? ଆରାମ କର। ଏଠାରେ ଆମେ ଅଛୁ। ଯେତେବେଳେ ମୁଁ କାର୍‌ ଭିତରକୁ ଯିବି ସେତେବେଳେ ପାଟି କରିବ। ମୁଁ ବର୍ତ୍ତମାନ ଠିଆ ହୋଇଛି।

Share