ଏହି ଶବ୍ଦକୁ ଘୃଣା କରନ୍ତି ଶାହିଦ

ଅଭିନେତା ଶାହିଦ କପୁର ଆଜିକାଲି ତାଙ୍କ ୱେବ ସିରିଜ ‘ଫର୍ଜି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ମଡେଲ ଭାବରେ କ୍ୟାରିୟର ଆରମ୍ଭ କରିଥିବା ଶାହିଦ ବଲିଉଡ୍‌କୁ ହିଟ୍‌ ଫିଲ୍ମ ଦେଇଛନ୍ତି। ବଲିଉଡରେ ତାଙ୍କର ପରିଚୟ ‘ଏକ ଚକୋଲେଟ ବୟ’ ଭାବେ ରହିଛି। କେହି କେହି ତାଙ୍କୁ ‘କ୍ୟୁଟ୍‌’ ଅଭିନେତା ବୋଲି ମଧ୍ୟ ଡାକନ୍ତି। ତେବେ ଶାହିଦ ଏହି ପ୍ରଶଂସାକୂ ଆଦୌ ପସନ୍ଦ କରନ୍ତି ନାହିଁ। ନିକଟରେ ଏକ ସାକ୍ଷାତକାରରେ ଶାହିଦ କହିଛନ୍ତି, ସେ ‘କ୍ୟୁଟ୍‌’ ଶବ୍ଦକୁ ଘୃଣା କରନ୍ତି। ଲୋକମାନେ ଏହି ନାଁରେ ଡାକିଲେ ମୋତେ ଖରାପ ଲାଗେ। ଲୋକମାନେ ମୋତେ ଯାହା ଦିଅନ୍ତି ତାହା ଗ୍ରହଣ କରିବାକୁ ମୁଁ ଶିଖିଛି। କିନ୍ତୁ, ମୁଁ ଏହି ଶବ୍ଦ ଶୁଣିବାକୁ ମୋତେ ଆଦୌ ଭଲ ଲାଗେ ନାହିଁ।
ଶାହିଦଙ୍କ ୱେବ ସିରିଜ ‘ଫର୍ଜି’ ଗତ ମାସରେ ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିଥିଲା। ଏହା ସ୍ଥାନୀୟ କଳାକାରଙ୍କ ଉପରେ ଆଧାରିତ। ଏହି ଅଭିନେତାଙ୍କ ସହ ବିଜୟ ସେତୁପଥୀ ମଧ୍ୟ ଏହି ସିରିଜରେ ଅଭିନୟ କରିଥିଲେ।

Share