ଶାହିଦଙ୍କୁ ପ୍ରଥମେ ଦେଖି ଡରିଯାଇଥିଲେ ମୀରା

ବଲିଉଡ୍‌ ଅଭିନେତା ଶାହିଦ କପୁର ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ନିଜର ପରିଶ୍ରମ ଏବଂ ଦକ୍ଷତା ଆଧାରରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କୁ ଏକ ରୋମାଣ୍ଟିକ୍‌ ହିରୋ ଭାବେ ଗଣାଯାଏ। ୨୫ ଫେବୃୟାରୀ ୧୯୮୧ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଶାହିଦ। ଏବେ ମୀରା ରାଜପୁତଙ୍କ ସହ ସୁଖମୟ ଦାମ୍ପତ୍ୟ ଜୀବନ ଅତିବାହିତ କରୁଥିବା ଶାହିଦ ଥରେ ନୁହେଁ, ଅନେକ ଥର ପ୍ରେମରେ ପଡିଛନ୍ତି। ସେ ପ୍ରଥମେ ୩ ବର୍ଷ ବୟସରେ ପ୍ରେମରେ ପଡିଥିଲେ। ଏକ ସାକ୍ଷାତକାରରେ ସେ ନିଜେ ଏହାର ଖୁଲାସା କରିଥିଲେ। ତେବେ ଶେଷରେ ସେ ମୀରାଙ୍କୁ ବିବାହ କରିଥିଲେ। ମୀରା ରାଜପୁତ ପ୍ରଥମ ଥର ଶାହିଦଙ୍କୁ ଭେଟିବା ପରେ ଡିରିଯାଇଥିଲେ। ପରେ ଶାହିଦଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ।
ଶାହିତ ପ୍ରଥମେ ମୀରା ରାଜପୁତଙ୍କୁ ଭେଟିବା ସମୟରେ ‘ଉଡତା ପଞ୍ଜାବ’ ଫିଲ୍ମର ଶୁଟିଂ କରୁଥିଲେ। ସେତେବେଳେ ଶାହିଦଙ୍କ ଲୁକ ଏତେ ଭୟାନକ ଥିଲା ଯେ କେବଳ ମୀରା ନୁହେଁ, ତାଙ୍କ ପରିବାର ସଦସ୍ୟ ମଧ୍ୟ ଭୟଭୀତ ହୋଇଯାଇଥିଲେ। ଶୁଟିଂ ପରେ ସେ କେଶ କାଟିଦେଇଥିଲେ। ଶାହିଦ୍‌ ଏବଂ ମୀରା ୩-୪ ଥର ଭେଟିଥିଲେ ଏବଂ ଉଭୟ ୨୦୧୫ ମସିହାରେ ବିବାହ କରିଥିଲେ।

Share