ଏମିତି କାମ କଲେ ଶାହିଦ କପୁର, ରାଗିଗଲେ ସ୍ତ୍ରୀ

ଅଭିନେତା ଶାହିଦ କପୁର-ମୀରା ରାଜପୁତଙ୍କୁ ବଲିଉଡର ସୁପରହିଟ୍‌ କପଲ୍‌ ଆଖ୍ୟା ଦିଆଯାଇଛି। ଏହି ଦୁଇଜଣ ପ୍ରାୟତଃ ସୋସିଆଲ ମିଡିଆରେ ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରନ୍ତି। ବେଳେବେଳେ ଉଭୟ ପରସ୍ପରର ଗୋଡ ଟାଣିବାର ସୁଯୋଗ ମଧ୍ୟ ହାତଛଡ଼ା କରନ୍ତି ନାହିଁ। ଆଜିକାଲି ମୀରାଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି ଶାହିଦ। ନିକଟରେ ଶାହିଦ ଏକ ଭିଡିଓ ଶେୟାର କରି ମୀରାଙ୍କୁ ପରିହାସ କରିଛନ୍ତି। ଏହି ଭିଡିଓରେ ମୀରା ନିଜ ପୋଷାକ ଠିକ କରିବାରେ ବ୍ୟସ୍ତ ଅଛନ୍ତି।
ଶାହିଦ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଶାହିଦ ସେଲଫି ମୋଡରେ କ୍ୟାମେରା ଧରିଥିବାର ନଜର ଆସିଛନ୍ତି। ଭିଡିଓରେ ଶାହିଦଙ୍କୁ ଶର୍ଟଲେସ ଥିବା ଦେଖାଯାଉଛି, ସେ ଚଷମା ପିନ୍ଧିଛନ୍ତି । ଏହି ସମୟରେ, ତାଙ୍କ ପଛରେ ମୀରା ସବୁଜ ରଙ୍ଗର ପୋଷାକ ପିନ୍ଧିଥିବାର ବ୍ୟସ୍ତ ଅଛନ୍ତି। ଏହି ଭିଡିଓ ଶେୟାର କରି ଶାହିଦ ମୀରାଙ୍କୁ ‘ଲିଜେଣ୍ଡ’ ବୋଲି କହି ତାଙ୍କୁ ଟ୍ୟାଗ କରିଛନ୍ତି। ମୀରା ଏହି ପୋଷ୍ଟ ଦେଖି ରାଗିଯାଇ ଶାହିଦଙ୍କୁ ଧମକ ଦେଇ ଲେଖିଥିଲେ – ‘ହେଲ୍‌! ଏବେ ଅପେକ୍ଷା କର ଏବଂ ଦେଖ। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share