ବଲିଉଡ୍ ଅଭିନେତା ଶାହିଦ କପୁର ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। କେବଳ ସେ ନୁହେଁ, ତାଙ୍କ ସ୍ତ୍ରୀ ମୀରା ରାଜପୁତ ମଧ୍ୟ ପ୍ରଶଂସକଙ୍କ ସହ ଯୋଡି ରହିବାକୁ ପସନ୍ଦ କରନ୍ତି। ପ୍ରଶଂସକ ଉଭୟଙ୍କ ଯୋଡି ପସନ୍ଦ ମଧ୍ୟ କରନ୍ତି। ଦୁହେଁ ସୋସିଆଲ ମିଡିଆରେ ପ୍ରାୟତଃ ମଜାଦାର ଭିଡିଓ ଏବଂ ଫଟୋ ଶେୟାର କରିଥାନ୍ତି। ନିକଟରେ ଶାହିଦ ନିଜ ବେଡ୍ରୁମ୍ର ସିକ୍ରେଟ୍ ଶେୟାର କରିଛନ୍ତି।
ଶାହିଦ କପୁର ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସରେ ତାଙ୍କ ଶୋଇବା ଘରର ଏକ ଫଟୋ ସେୟାର କରିଛନ୍ତି ଏବଂ ଏହାକୁ ପୋଷ୍ଟ କରି ସେ ମୀରା ରାଜପୁତଙ୍କୁ ପରିହାସ ଛଳରେ କିଛି ପ୍ରଶ୍ନ ପଚାରିଛନ୍ତି, ଯାହାର ଜବାବରେ ମୀରା ତାଙ୍କୁ କିଛି ଦିନ ଅପେକ୍ଷା କର, ସେ ସବୁକିଛି ଜାଣିବେ ବୋଲି କହିଛନ୍ତି। ମୀରା ବେଡରୁମ୍ରେ ଅଧିକ ତକିଆ ରଖିବାକୁ ପସନ୍ଦ କରନ୍ତି, କିନ୍ତୁ ଶାହିଦଙ୍କୁ ଏହା ପସନ୍ଦ ଆସେ ନାହିଁ। ଏହାପୂର୍ବରୁ ଶାହିଦ ମୀରାଙ୍କ ସହ ଏକ ଭିଡିଓ ଶେୟାର କରିଥିଲେ। ମୀରା ପୋଷାକ ପିନ୍ଧିବା ସମୟରେ ସଂଘର୍ଷ କରୁଥିବା ଦେଖାଯାଇଥିଲା। ମୀରା ପୋଷାକ ପିନ୍ଧୁଥିବା ବେଳେ ଶାହିଦ ଲୁଚିକି ଭିଡିଓ ପ୍ରସ୍ତୁତ କରୁଥିଲେ। ଏହା ଦେଖି ମୀରା ରାଗିଯାଇଥିଲେ।