Advertisement

ଫିସ୍‌ ବଢାଇଲେ ଶାହିଦ

ମୁମ୍ବାଇ: ବଲିଉଡ ଅଭିନେତା ଶାହିଦ କପୁର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କ ଫିଲ୍ମ ‘ଜର୍ସି’ ରିଲିଜ ହୋଇଥିଲା। ଯାହାକି ବକ୍ସ ଅଫିସରେ ଭଲ ଆୟ କରିପାରି ନ ଥିଲା। କହିବାକୁ ଗଲେ ଏହା ଫ୍ଲପ୍‌ ହୋଇଯାଇଥିଲା। ତେବେ ଫିଲ୍ମ ଫ୍ଲପ୍‌ ହୋଇଥିଲେ ମଧ୍ୟ ସେ ନିଜ ଫିସ୍‌ ବଢାଇ ଦେଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ ଶାହିଦ ତାଙ୍କ ଫିସ ୫ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି। କୁହାଯାଉଛି କି ଫିଲ୍ମ ‘ଜର୍ସି’ ଫ୍ଲପ୍‌ ହେବା ପରେ ଶାହିଦ କପୁର ଫିସ୍‌ ବଢାଇଛନ୍ତି। ସେହି ଫିଲ୍ମ ପାଇଁ ଶାହିଦ ୩୫ କୋଟି ଟଙ୍କା ନେଇଥିଲେ। ବର୍ତ୍ତମାନ ସେ ତାଙ୍କର ଫିଲ୍ମ ପାଇଁ ପ୍ରାୟ ୪୦ କୋଟି ଟଙ୍କା ଚାର୍ଜ କରିଛନ୍ତି। ଫିଲ୍ମ ‘ଜର୍ସି’ ବକ୍ସ ଅଫିସରେ ମୋଟ୍‌ ୨୧ କୋଟି ଆୟ କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel