ବଲିଉଡ୍ ଅଭିନେତା ଶାହିଦ କପୁର ଏବଂ ମୀରା ରାଜପୁତଙ୍କ ବିବାହକୁ ଆଜି ୬ ବର୍ଷ ପୂରଣ ହୋଇଛି। ଶାହିଦ ୨୦୧୫ ମସିହାରେ ଦିଲ୍ଲୀ ଝିଅ ମୀରଙ୍କୁ ବିବାହ କରିଥିଲେ। ଏହି ବିବାହ ଦ୍ୱାରା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଶାହିଦ୍ ପ୍ରେମ ବିବାହ ଛାଡି ଇଣ୍ଡଷ୍ଟ୍ରି ବାହାରେ ପ୍ରସ୍ତାବିତ ବିବାହ କରିଥିଲେ। ମୀରା ଶାହିଦଙ୍କଠାରୁ ୧୨ ବର୍ଷ ସାନ। ବିବାହ ବେଳେ ତାଙ୍କୁ ୨୧ ବର୍ଷ ହୋଇଥିଲା। କିନ୍ତୁ ବିବାହ ପରେ ଉଭୟଙ୍କ ମଧ୍ୟରେ ଏକ ଜବରଦସ୍ତ ସମ୍ପର୍କ ଦେଖିବାକୁ ମିଳେ। ଦୁହେଁ ଦୁଇ ସନ୍ତାନର ମାତାପିତା। ଶାହିଦ ଏବଂ ମୀରା ପ୍ରଥମେ ଏକ ସତସଙ୍ଗରେ ସାକ୍ଷାତ ହୋଇଥିଲେ। ଶାହିଦ ପିତା ପଙ୍କଜ କପୁରଙ୍କ ସହ ଦିଲ୍ଲୀର ଏକ ସତସଙ୍ଗରେ ଯୋଗ ଦେଉଥିଲେ। ଏହି ସତସଙ୍ଗରେ, ମୀରାଙ୍କ ପରିବାର ମଧ୍ୟ ଆସୁଥିଲେ ଏବଂ ଏଠାରେ ଉଭୟେ ସାକ୍ଷାତ ହୋଇଥିଲେ। ଦୁହେଁ ବନ୍ଧୁ ହେବା ପରେ ପଙ୍କଜ ଉଭୟଙ୍କ ବିବାହ ପାଇଁ ମୀରାଙ୍କ ପିତାଙ୍କ ଆଗରେ ବିବାହ ପ୍ରସ୍ତାବ ଦେଇଥିଲେ। ପରେ ବିବାହ ହୋଇଥିଲା। ମୀରା ବିବାହ ପୂର୍ବରୁ ଶାହିଦଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ। ସର୍ତ୍ତ ଅନୁଯାୟୀ, ବିବାହ ପରେ ତାଙ୍କ କେଶ ମଧ୍ୟ ସେମିତି ରଖିବାକୁ ପଡିବ ବୋଲି ସେ କହିଥିଲେ।
ବିବାହ ବାର୍ଷିକୀରେ ମୀରା ଶାହିଦ୍ଙ୍କ ସହ ଏକ ରୋମାଣ୍ଟିକ୍ ଫଟୋ ଶେୟାର କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ହାପି ୬, ମାଇ ଲଭ୍, ମାଇ ଲାଇଫ୍।
Posted inମନୋରଞ୍ଜନ