Advertisement

ହାତକୁ ଦୁଇ ହାତ ହେବେ ଶାହିଦଙ୍କ ଭଉଣୀ

ବମ୍ବେ: ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ସାବତ ଭଉଣୀ ସନାା। ଖ୍ୟାତନାମା କଳାକାର ମନୋଜ ପାହବା-ସୀମା ପାହବାଙ୍କ ପୁଅ ମୟଙ୍କଙ୍କ ହାତ ଧରିବେ ସେ। ବୁଧବାର ମହାବଳେଶ୍ୱରରେ ଏହି ବିବାହ ହେବ। ମଙ୍ଗଳବାର ମେହେନ୍ଦୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପାହବା-କପୁର ପରିବାର ମଧ୍ୟରେ ଅନେକ ବର୍ଷ ଧରି ସୁସମ୍ପର୍କ ରହି ଆସିଛି। ସନା ଏବଂ ମୟଙ୍କ ପରସ୍ପରକୁ ପୂର୍ବରୁ ଜାଣିଥିଲେ। କିଛି ଦିନ ପୂର୍ବେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share