ମୀରାଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ଶାହିଦ, ଲେଖିଲେ ଏମିତି…

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଶାହିଦ କପୁର ତାଙ୍କ ସ୍ତ୍ରୀ ମୀରା ରାଜପୁତଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ନିଜର ପ୍ରେମ ପରିପ୍ରକାଶ କରିଛନ୍ତି। ବୁଧବାର ମୀରା ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଶାହିଦ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ମୀରାଙ୍କ ସହ ନିଜର ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ନାଚୁଥିବା ଦେଖିବାକୁ ମିଳିଛି। ଏହା ସହିତ ସେ ମୀରାଙ୍କ ପାଇଁ ଏକ ରୋମାଣ୍ଟିକ ନୋଟ୍‌ ମଧ୍ୟ ଲେଖିଛନ୍ତି।

ଏହି ନୋଟ୍‌ରେ ଶାହିଦ ଲେଖିଛନ୍ତି, ‘ହାପି ବାର୍ଥ ଡେ ମାଇ ଲଭର’। ଆସ ଜୀବନର ଉତ୍ଥାନ-ପତ୍ତନ ମଧ୍ୟରେ ଏକାଠି ନାଚିବା। ମୁହଁରେ ହସ ଏବଂ ଆଖିରେ ଝଲକ ଆଣି ହାତରେ ହାତ ରଖିବା’। ଏହି ନୋଟ୍‌ ଉପରେ ମୀରା ଲେଖିଛନ୍ତି,’ ମୁଁ ତୁମକୁ ସବୁଦିନ ପାଇଁ ଭଲ ପାଏ। ‘ମୀରାଙ୍କ ସହ ମଲାଇକା ଆରୋରା ମଧ୍ୟ ଶାହିଦଙ୍କ ନୋଟ୍‌ ଉପରେ ମନ୍ତବ୍ୟ ଦେଇଛନ୍ତି। ସେ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା ମୀରା।

ପ୍ରଶଂସକମାନେ ଉଭୟଙ୍କୁ ‘ସବୁଠାରୁ ଭଲ ଦମ୍ପତି’ ବୋଲି କହୁଛନ୍ତି। ଶାହିଦ ଏବଂ ମୀରା ଜୁଲାଇ ୨୦୧୫ରେ ବିବାହ କରିଥିଲେ। ଉଭୟଙ୍କ ବିବାହରେ କେବଳ ଘନିଷ୍ଠ ପରିବାର ସଦସ୍ୟ ଏବଂ ସାଙ୍ଗମାନେ ଯୋଗ ଦେଇଥିଲେ। ମୀରା ଫିଲ୍ମ ଜଗତରୁ ଦୂରରେ ରହିଛନ୍ତି, କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ଅଭାବ ନାହିଁ। ଇନଷ୍ଟାଗ୍ରାମରେ ମୀରାଙ୍କର ୩.୯ ନିୟୁତ ଫଲୋଅର୍ସ ଅଛନ୍ତି।

ଏ ତ ଗଲା ଏମାନଙ୍କ ବ୍ୟକ୍ତିଗତ କଥା। ଯଦି ଶାହିଦଙ୍କ ଓ୍ବାର୍କଫ୍ରଣ୍ଟ କଥା କହିବା ତେବେ ଶାହିଦଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ଜର୍ସି’ରେ ଦେଖିବାକୁ ମିଳିଥିଲା। ତାଙ୍କ ଅଭିନୟ ପାଇଁ ଏହି ଫିଲ୍ମରେ ଦର୍ଶକେ ତାଙ୍କୁ ବହୁତ ଭଲପାଇବା ଦେଇଥିଲେ। ଶାହିଦ ଖୁବ୍‌ଶୀଘ୍ର ରାଜ ଏବଂ ଡି.କେ.ର ଓ୍ବେବ୍‌ ସିରିଜ ‘ଫର୍ଜି’ ସହିତ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି।

Share