ପୁଣି ଘୁଞ୍ଚିଲା ରିଲିଜ୍‌ ତାରିଖ

ମୁମ୍ବାଇ,୨୮।୧୨: ଶାହିଦ କାପୁର ଓ ମ୍ରୁନାଲ ଠାକୁର ଏବେ ନୂଆ ଫିଲ୍ମ ‘ଜର୍ସି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଅନେକ ଥର ରିଲିଜ ତାରିଖ ଘୁଞ୍ଚିବା ପରେ ଫିଲ୍ମଟି ଆସନ୍ତା ୩୧ ତାରିଖରେ ରିଲିଜ୍‌ ହେବାର ଥିଲା। କିନ୍ତୁ ଦେଶରେ କୋଭିଡ୍‌ ଏବଂ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହେଉଥିବାରୁ ଏହି ଫିଲ୍ମର ରିଲିଜ ତାରିଖକୁ ପୁଣି ଥରେ ଘୁଞ୍ଚାଇ ଦିଆଯାଇଛି। ଏ ନେଇ ଫିଲ୍ମ ନିର୍ମାତା ବିଜ୍ଞପ୍ତି ଜାରି କରିଛନ୍ତି।

ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ କିଛି ରାଜ୍ୟରେ ଥିଏଟର, ଜିମ ଭଳି ସର୍ବସାଧାରଣ ସ୍ଥାନକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ‘ଜର୍ସି’ର ଥିଏଟ୍ରିକାଲ ରିଲିଜକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛୁ। ଆମକୁ ଖୁବ୍‌ ଭଲପାଇବା ଦେଇଥିବାରୁ ସଭିଙ୍କୁ ଧନ୍ୟବାଦ। ସେ ପର୍ଯ୍ୟନ୍ତ ସୁରକ୍ଷିତ, ସୁସ୍ଥ ରୁହନ୍ତୁ ବୋଲି ନିର୍ମାତାଙ୍କ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ସମୟରେ ଫିଲ୍ମର ରିଳିଜ ତାରିଖ ଘୋଷଣା କରାଯିବ ବୋଲି ଫିଲ୍ମ କ୍ରିଟିକ୍‌ ତରନ ଆଦର୍ଶ ଟୁଇଟ୍‌ କରିଛନ୍ତି।

Share