ଶାହିଦ୍‌ କପୁରଙ୍କ ପୁରୁଣା ପ୍ରେମିକା…

ମୁମ୍ବାଇ,୧୬।୧: ନିଜର ପୁରୁଣା ପ୍ରେମିକା କରୀନା କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କୁ ଭୁଲିବାକୁ ଚାହାନ୍ତିନି ଶାହିଦ୍‌ କପୁର। ଏକ ଚ୍ୟାନେଲ୍‌ରେ ସାକ୍ଷାତ୍‌କାର ସମୟରେ ଶାହିଦ୍‌ ଏହା ପ୍ରକାଶ କରିଛନ୍ତି। ଜୀବନର ଏସବୁ ସୁନ୍ଦର ସ୍ମୃତିବହୁଳ ଘଟଣାରୁ ସେ ଅନେକ କିଛି ଶିକ୍ଷା ଲାଭ କରିଛନ୍ତି। ତେଣୁ ଏସବୁକୁ ଭୁଲିଯିବା ଠିକ୍‌ ନୁହେଁ ବୋଲି ସେ କହିଛନ୍ତି। ଏସବୁ ଦ୍ୱାରା ହିଁ ଜୀବନର ଅସ୍ତିତ୍ୱ ରହିଛି। ଏହାକୁ ପାଶୋରି ଦେଲେ ଜୀବନର କିଛି ଗୁରୁତ୍ୱ ରହିବ ନାହିଁ ବୋଲି ଶାହିଦ୍‌ କହିଛନ୍ତି। କରୀନାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ନେଇ ବଲଉଡ୍‌ରେ ବେଶ୍‌ ଚର୍ଚ୍ଚା ରହିଥିଲା। ସେହିପରି ପ୍ରିୟଙ୍କାଙ୍କ ସହିତ ସମ୍ପର୍କ ନେଇ ମଧ୍ୟ ନାନା କଳ୍ପନାଜଳ୍ପନା ଜାରି ରହିଥିଲା। ତେବେ ଏବେ ଶାହିଦ୍‌ଙ୍କ ସହିତ ଉଭୟ କରୀନା-ପ୍ରିୟଙ୍କାଙ୍କର ଭଲ ସମ୍ପର୍କ ରହିଛି।

Share