ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ହସ୍ପିଟାଲରେ ହେବ ୭୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

କୋରାପୁଟ,୫।୯,(ସ୍ବ.ପ୍ର): କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଶନିବାର ପୁଣି ଜିଲାରେ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୬୦କୁ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ (ଏସ୍‌ଏନ୍‌ଏଲ୍‌ଏମ୍‌ସିଏଚ୍‌)ରେ ୭୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ ହସ୍ପିଟାଲ ଖୋଲାଯିବା ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଆସିଥିବା ଜିଲାପାଳ ମଧୁସୁଧନ ମିଶ୍ର କହିଛନ୍ତି। ଗତ କିଛିଦିନ ତଳେ କୋରାପୁଟ ମେଡିକାଲ କଲେଜରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ଲାଜାମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଥିଲା। ବର୍ତ୍ତମାନ ଏଠାର ସର୍ଜରି ୱାର୍ଡଥିବା ୬୦ ଶଯ୍ୟା ଓ ୫ଟି ଆଇସିୟୁ ବେଡ୍‌କୁ ବଦଳାଇ ଏଠାରେ ୭୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଖୋଲିବାକୁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲ ଡିନ୍‌ ତଥା ଅଧିକ୍ଷକ ଡାକ୍ତର କୃଷ୍ଣଚନ୍ଦ୍ର ବିଶ୍ୱାଳ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଡାକ୍ତର ସୀତାରାମ ମହାପାତ୍ରଙ୍କୁ ସ୍ବାସ୍ଥ୍ୟ ବିଭାଗ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ଯଥା ଶିଘ୍ର ଏନେଇ ବ୍ୟବସ୍ଥା କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏନଏସି ବିଜେଡି ପକ୍ଷରୁ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ

ଗଞ୍ଜାମ,୧୭।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ବିଜୁ ଜନତା ଦଳ ପକ୍ଷରୁ ସ୍ବର୍ଗତ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଗୁରୁବାର ପାଳିତ ହୋଇଛି । ବିଜେଡି...

ବଡ଼ ନିଷ୍ପତ୍ତି: ପ୍ରଥମରୁ ୫ମ ଶ୍ରେଣୀ ଯାଏ ହିନ୍ଦୀ ଭାଷା ବାଧ୍ୟତାମୂଳକ; ଜାତୀୟ ଶିକ୍ଷା ନୀତି ଲାଗୁ

ମୁମ୍ବାଇ,୧୭।୪: ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି...

ସ୍ବାସ୍ଥ୍ୟମନ୍ତ୍ରୀ ବାଣ୍ଟିଲେ ଆୟୁଷ୍ମାନ କାର୍ଡ: ହିତାଧିକାରୀଙ୍କ ଘରେ ଚା ପିଇଲେ

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର): ବରଗଡ ଜିଲା ଅତାବିରାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପହଞ୍ଚି ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସହିତ ଆୟୁଷ୍ମାନ ଭାରତ...

‘ଆମେ ହିନ୍ଦୁମାନଙ୍କଠାରୁ ଭିନ୍ନ’: ସୈନିକମାନଙ୍କୁ ଏପରି ଆହ୍ୱାନ ଦେଲେ ପାକିସ୍ତାନ ସେନା ମୁଖ୍ୟ

ନୂଆଦିଲ୍ଲୀ,୧୭।୫: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ ମୁନିର, ସେନା ପ୍ରତିଷ୍ଠାନର ପୁରୁଣା ଭାବନାକୁ ପୁନରାବୃତ୍ତି କରି, ପାକିସ୍ତାନୀମାନଙ୍କୁ ସେମାନଙ୍କ ପିଲାମାନଙ୍କୁ “ହିନ୍ଦୁ ଓ ମୁସଲମାନମାନଙ୍କ...

ଭଡ଼ାରେ ରହୁଥିବା ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଭାରତୀୟ ଷ୍ଟାର କ୍ରିକେଟର; ମାତ୍ର ୧୩ ବର୍ଷ ବୟସରୁ ଦୌଡ଼ିଥିଲା ପ୍ରେମର ଗାଡ଼ି…

ନୂଆଦିଲ୍ଲୀ,୧୭।୪: ଜଣଙ୍କୁ ୧୧ ବର୍ଷ ତ ଆର ଜଣଙ୍କୁ ୧୩। ହଁ, ଏହି ବୟସରେ ଉଭୟ ପରସ୍ପରକୁ ଜାଣିଥିଲେ, ପ୍ରଥମ ଥର ପାଇଁ ପରସ୍ପରକୁ ଦେଖିଲେ।...

ବ୍ୟାଙ୍କକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, କ୍ୟାଶିୟର ଭାବେ କାମ କରୁଥିବା ଚପରାସୀଙ୍କୁ ମିଳିବ ଅଧିକ ଦରମା

ଭୁବନେଶ୍ୱର,୧୭।୫: ଓଡ଼ିଶା ହାଇକୋର୍ଟ ପୁରୀ-ନିମାପଡ଼ା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲିମିଟେଡକୁ ଜଣେ ୫୪ ବର୍ଷୀୟ ମହିଳାଙ୍କୁ ଉଚ୍ଚ ଦରମା ସୁବିଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

Naveen Patnaik: ନାମାଙ୍କର ଭରିଲେ ନବୀନ, ପାଖରେ ଥିଲେ ବବି

ଭୁବନେଶ୍ୱେର,୧୭।୪: ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶଙ୍ଖ ଭବନକୁ ଆସି ନବୀନ ପଟ୍ଟନାୟକ ନାମାଙ୍କନ ଭରିଛନ୍ତି। ନିର୍ବାଚନ...

ଆମ୍ବ ଆଣିବାକୁ ତୋଟାକୁ ଯାଇଥିଲେ, ଶୁଣ୍ଢରେ ଟେକି ଗଛରେ ପିଟିଦେଲା ଦନ୍ତା; ଚାଲିଗଲା ଜୀବନ

ବନ୍ତଳା୧୭।୪ (ଶୁସିତ କୁମାର ସାହୁ):  ଅନୁଗୋଳ ଜିଲା ବନ୍ତଳା ବନାଞ୍ଚଳ କଞ୍ଜା ସେକ୍ସନ କଞ୍ଜା ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image