ବଲିଉଡ୍ ଅଭିନେତା ଶାହିଦ୍ କପୁର ଏବଂ ଅନନ୍ୟା ପାଣ୍ଡେଙ୍କ କେମେଷ୍ଟ୍ରି ପ୍ରାୟତଃ ସମସ୍ତଙ୍କୁ ପସନ୍ଦ। କେହି କେହି କହିଛନ୍ତି, ଏହି ଯୋଡି ଖୁବ୍ ସୁନ୍ଦର । ତେବେ ପୁଣି ଦୁହିଁଙ୍କୁ ଏକ ସାଥୀରେ ଦେଖିବାକୁ ମିଳିବ। ଦୁହେଁ ଖୁବଶୀଘ୍ର ଏକାଠି କାମ କରୁଥିବା ନଜର ଆସିବେ କି? ଏମିତି ଏକ ପ୍ରଶ୍ନର ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଅନନ୍ୟା ବହୁତ ଭଲ ଝିଅ। କିନ୍ତୁ ଏହି ପ୍ରଶ୍ନ ଆପଣ ନିର୍ଦ୍ଦେଶକଙ୍କୁ ପଚାରିଲେ ବହୁତ ଭଲ ହେବ । ଚଳଚ୍ଚିତ୍ର ନିର୍ମାତାମାନମାନେ ଏହି ପ୍ରଶ୍ନର ଭଲ ଉତ୍ତର ଦେଇପାରିବେ । କାରଣ ଲୋକମାନେ ଯାହା ଭାବନ୍ତି ଏହାର ବିପରୀତ ହୁଏ । ଅନ୍ତତଃ ପକ୍ଷେ ଆଜିର ପିଢୀଙ୍କୁ ତାଙ୍କ କୋ-ଷ୍ଟାର ବାଛିବା ପାଇଁ ଅଧିକାର ନାହିଁ ।