ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ସ୍ତ୍ରୀଙ୍କଠାରୁ ଅନୁମତି ନିଅନ୍ତି ଶାହିଦ୍‌

ବଲିଉଡ୍‌ ଅଭିନେତା ଶାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ ନିକଟରେ ରିଲିଜ ହୋଇଯାଇଛି। ଫିଲ୍ମକୁ ଦର୍ଶକମାନେ ମଧ୍ୟ ପସନ୍ଦ କରୁଛନ୍ତି। ‘ଜର୍ସି’ ହେଉଛି ସାଉଥ ଫିଲ୍ମ ଜର୍ସିର ହିନ୍ଦୀ ରିମେକ। ଦକ୍ଷିଣରେ ନିର୍ମିତ ଫିଲ୍ମ ‘ଜର୍ସି’ ଜାତୀୟ ପୁରସ୍କାର ଲାଭ କରିଥିଲା। ‘ଜର୍ସି’ ଫିଲ୍ମ ରିଲିଜ ହେବା ପରେ ଏବେ ଚର୍ଚ୍ଚାରେ ଅଛନ୍ତି ଶାହିଦ। ନିକଟରେ ଏକ ଚାଟ ଶୋ’ରେ ସେ ବ୍ୟକ୍ତିଗତ ଜୀବନୀକୁ ଅନେକ ରୋଚକ ତଥ୍ୟ ଖୁଲାସା କରିଛନ୍ତି।
ଶାହିଦଙ୍କୁ ପଚରାଯାଇଥିଲା କି ସେ ଫିଲ୍ମରୁ ମିଳୁଥିବା ସମସ୍ତ ଟଙ୍କା ଖର୍ଚ୍ଚ କରୁଛନ୍ତି ନା କିଛି ସଞ୍ଚୟ କରୁଛନ୍ତି ଏବଂ ସେ ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ମୀରାଙ୍କ ଅନୁମତି ନିଅନ୍ତି କି? ଏହି ପ୍ରଶ୍ନର ଉତ୍ତରରେ ଶାହିଦ କହିଛନ୍ତି, ମୁଁ ପୂର୍ବରୁ ଅଲଆଉଟ୍‌ ହୋଇଯାଉଥିଲି, କିନ୍ତୁ ଏବେ ନୁହେଁ। ଏବେ ମୁଁ ଜଣେ ଫ୍ୟାମିଲି ମ୍ୟାନ୍‌, ମୋର ସ୍ତ୍ରୀ ଏବଂ ସନ୍ତାନ ଅଛନ୍ତି। ଟଙ୍କା ଖର୍ଚ୍ଚ କରିବାକୁ ହେଲେ ସ୍ତ୍ରୀ ମୀରା ରାଜପୁତଙ୍କଠାରୁ ଅନୁମତି ନେବାକୁ ପଡେ ବୋଲି ସେ ସ୍ବୀକାର କରିଛନ୍ତି।
୨୦୧୫ରେ ଶାହିଦ ଏବଂ ମୀରା ବିବାହ କରିଥିଲେ। ଉଭୟଙ୍କର ମିଶା ଏବଂ ଜୈନ ନାମକ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।

Share