Categories: ଜାତୀୟ

ଶାହିସ୍ତା ପରଓ୍ବିନ ମାଫିଆ ଘୋଷିତ ହେବେ: ପୋଲିସ ପ୍ରସ୍ତୁତି ଆରମ୍ଭ…

ଲକ୍ଷ୍ନୌ,୮।୫ : ପୂର୍ବତନ ସମାଜବାଦୀ ପାର୍ଟି (ଏସପି) ଏମପି ତଥା ମାଫିଆ ଅତିକ ଅହମ୍ମଦଙ୍କ ପଳାତକ ସ୍ତ୍ରୀ ଶାହିସ୍ତା ପରଓ୍ବିନଙ୍କୁ ଉତ୍ତରପ୍ରଦେଶ ପୋଲିସ ମାଫିଆ ଘୋଷିତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ପୋଲିସ ଏଫଆଇଆରରେ ଶାହିସ୍ତାଙ୍କୁ ମାଫିଆ ଅପରାଧୀ ଭାବରେ ପଞ୍ଜୀକୃତ କରିଛି। ଏଫଆଇଆରରେ ଏହା ମଧ୍ୟ ଲେଖାଯାଇଛି, ଶାହିସ୍ତାତାଙ୍କ ସହ ଜଣେ ଶୁଟର ରଖନ୍ତି।

ଉମେଶ ପାଲ ହତ୍ୟା ମାମଲାରେ ଅଭିଯୁକ୍ତ ତଥା ମୁଣ୍ଡ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ଥିବା ସବିରଙ୍କୁ ଶାହିସ୍ତାଙ୍କର ଶୁଟର ବୋଲି ବର୍ଣ୍ଣନା କରାଯାଇଛି। ପ୍ରୟାଗର ଧୁମଙ୍ଗଞ୍ଜ ପୋଲିସ ଷ୍ଟେଶନର ଦାୟିତ୍ୱରେ ଥିବା ରାଜେଶ କୁମାର ମୌର୍ଯ୍ୟ ମେ ୨ରେ ଏକ ଏଫଆଇଆର ଦାଖଲ କରିଥିଲେ।

ଜାଣିବାକୁ ମିଳିଛି ଶାହିସ୍ତା ମୁସଲମାନ ଅଞ୍ଚଳରେ ବୁର୍ଖା ପିନ୍ଧି ଲୁଚି ରହିଛନ୍ତି। ଯାହା ଯୋଗୁ ତାଙ୍କୁ ଧରିବା କଷ୍ଟକର ହୋଇପଡିଛି। ଏହାପୂର୍ବରୁ ପୋଲିସ ସୂଚନା ପାଇଥିଲା ଶାହିସ୍ତା ପ୍ରୟାଗର ହାଟୁଆ ଅଞ୍ଚଳରେ ଲୁଚି ରହିଥିଲେ, ଯେତେବେଳେ ପୋଲିସ ସେଠାରେ ପହଞ୍ଚିଥିଲା, ବୁର୍ଖା ପିନ୍ଧିଥିବା ମହିଳାମାନେ ଦଳକୁ ଘେରି ରହିଥିଲେ। ଏହି କାରଣରୁ ପୋଲିସ ଆଗକୁ ବଢ଼ିପାରି ନ ଥିଲା ଏବଂ ଏହାର ଫାଇଦା ଉଠାଇ ସେ ପଳାଇ ଯାଇଥିଲେ। ସୂତ୍ରରୁ ପ୍ରକାଶ ଯେତେବେଳେ ସ୍ଥାନୀୟ ଲୋକମାନେ ଏସଟିଏଫ ଟିମ ଆକ୍ରମଣ କରିବାକୁ ଆସୁଥିବାର ସୂଚନା ପାଇଥିଲେ, ସେତେବେଳେ ସ୍ଥାନୀୟ ମହିଳାମାନଙ୍କୁ ଘରୁ ବାହାରକୁ ଯାଇ ରାସ୍ତାରେ ଏକାଠି ହେବାକୁ କୁହାଯାଇଥିଲା। ଏହି ଭିଡ଼ର ସୁଯୋଗ ନେଇ ଶାହିସ୍ତାବୁର୍ଖାରେ ପଳାଇ ଯାଇଥିଲେ।

Share