Categories: ଜାତୀୟ

ବଳାତ୍କାର ଅଭିଯୋଗ ଘଟଣା: ସୁପ୍ରିମକୋର୍ଟ ଗଲେ ଶାହନୱାଜ

ନୂଆଦିଲ୍ଲୀ,୧୮।୮:ଭାଜପା ନେତା ଶାହନୱାଜ ହୁସେନଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଚ୍ୟାଲେଞ୍ଜ କରି ଗୁରୁବାର ସୁପ୍ରିମକୋର୍ଟ ଯାଇଛନ୍ତି ଶାହନଓ୍ବାଜ। ଏହି ମାମଲାର ଶୁଣାଣି ଆଗାମୀ ସପ୍ତାହରେ ହେବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ୨୦୧୮ରେ ଦିଲ୍ଲୀର ଜଣେ ମହିଳା ଶାହନଓ୍ବାଜଙ୍କ ବିରୋଧରେ ବଳାତ୍କାର ଏବଂ ହତ୍ୟା ଧମକ ଅଭିଯୋଗ ଆଣିଥିଲେ। ଏଥିସହ ହତ୍ୟା ଧମକ ଦେଇଥିବା ସେ ଅଭିଯୋଗ ପତ୍ରରେ ଦର୍ଶାଇଥିଲେ। ଉକ୍ତ ମାମଲାରେ ପୋଲିସ ମାମଲା ରୁଜୁ କରିବାରେ ବିଳମ୍ବ କରିଥିଲା। ଏନେଇ ସେ ତଳ କୋର୍ଟରେ ପିଟିଶନ ଫାଇଲ କରିଥିଲେ। ୨୦୧୮ର ଏକ ବଳାତ୍କାର ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଶାହନଓ୍ବାଜଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ୩ ମାସ ଭିତରେ ତଦନ୍ତ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share