ଏହି କାରଣ ପାଇଁ ସଲମାନଙ୍କ ନମ୍ବରକୁ ବ୍ଲକ୍‌ କରିଥିଲେ ଶେହନାଜ

ମୁମ୍ବାଇ: ବିଗ୍‌ବସ ଫେମ୍‌ ଶେହନାଜ ଗିଲ ବର୍ତ୍ତମାନ ସଲମାନ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ୍‌’ ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଶେହନାଜ ଏବଂ ସଲମାନଙ୍କ ସମେତ ପୁରା ଷ୍ଟାରକାଷ୍ଟ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ନିକଟରେ ଟିମ୍‌ ‘ ଦ କପିଲ ଶର୍ମା’ ଶୋ’ରେ ପହଞ୍ଚିଥିଲା। ଏହି ସମୟରେ ଶେହନାଜ କପିଲ ଶର୍ମାଙ୍କ ସହ କଥାବାର୍ତ୍ତା କରୁଥିବାବେଳେ ପ୍ରକାଶ କରିଛନ୍ତି ଯେ, ସେ ଥରେ ସଲମାନଙ୍କ ଫୋନ ନମ୍ବରକୁ ବ୍ଲକ୍‌ କରିଥିଲେ।
ଯେତେବେଳେ ସଲମାନ ତାଙ୍କୁ ‘କିସି କା ଭାଇ କିସି କି ଜାନ’ରେ ଏକ ଭୂମିକା ଦେବାକୁ କହିଥିଲେ। ସେତେବେଳେ ସେ ଅମୃତସରରେ ଥିଲେ। ସଲମାନ ତାଙ୍କୁ ଫୋନ କରିଥିଲେ, ହେଲେ ଫୋନରେ ଏକ ଅନନୋନ ନମ୍ବର ବୋଲି ଆସୁଥିଲା। ଅଜଣା ନମ୍ବର ବ୍ଲକ୍‌ କରିବାର ତାଙ୍କର ଅଭ୍ୟାସ ଅଛି ବୋଲି ଶେହନାଜ କହିଛନ୍ତି।

କିଛି ମିନିଟ୍‌ ପରେ, ଶେହନାଜ ଏକ ମେସେଜ ପାଇଲେ ଯେ ସଲମାନ ତାଙ୍କୁ ଫୋନ କରିବାକୁ ଚେଷ୍ଟା କରୁଛନ୍ତି। ଏହା ପରେ ମଧ୍ୟ ଶେହନାଜ ବିଶ୍ୱାସ କରି ନ ଥିଲେ ଏବଂ ନମ୍ବରକୁ ନିଶ୍ଚିତ କରିବା ପାଇଁ ସେ ଟ୍ରୁକଲର ଆପରେ ନମ୍ବର ସର୍ଚ୍ଚ କରିଥିଲେ ଏବଂ ଏହା ଜଣାପଡିଥିଲା ଯେ ଏହା ପ୍ରକୃତରେ ସଲମାନ ଖାନଙ୍କ ନମ୍ବର। ଏହା ପରେ ସେ ତୁରନ୍ତ ସଲମାନଙ୍କ ନମ୍ବରକୁ ଅନବ୍ଲକ୍‌ କରି ତାଙ୍କୁ ଫୋନ କରିଥିଲେ। ଏହା ପରେ ସଲମାନ ତାଙ୍କୁ ଫିଲ୍ମରେ ଏକ ଭୂମିକା ପ୍ରଦାନ କରିଥିଲେ।

Share