ମୁମ୍ବାଇ: ବଲିଉଡ୍ ବାଦଶାହା ଶାହାରୁଖ ଖାଁ ଓ ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କୁ ପୁଣିଥରେ ଏକାଠି ବଡ ପରଦାରେ ଦେଖିବାକୁ ମିଳିବ। ପୂର୍ବରୁ ଫିଲ୍ମ ‘ଡିୟର ଜିନ୍ଦେଗି’ରେ ଉଭୟେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଥିବା ବେଳେ ଏବେ ଏମାନଙ୍କ ଯୋଡିକୁ ପ୍ରଶଂସକ ଅପେକ୍ଷା ରଖିବେ ନିଶ୍ଚୟ। ଏହା ଏକ ମହିଳା କୈନ୍ଦ୍ରିକ କମିକ ଡ୍ରାମା ଫିଲ୍ମ ହେବ ବୋଲି କୁହାଯାଉଛି। ଯଦିଓ କ୍ୟାରେକ୍ଟରକୁ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ ତେବେ ଶାହାରୁଖ ତାଙ୍କ ପ୍ରଡକସନ୍ ହାଉସ ମାଧ୍ୟମରେ ଏହାକୁ ନିର୍ମାଣ କରିବାକୁ ଯାଇଥିବା ଜଣାପଡିଛି। ମିଡ୍ ଡେରେ ପ୍ରକାଶିତ ଖବର ଅନୁଯାୟୀ, ଶାହାରୁଖ ଖାଁଙ୍କ ରେଡ ଚିଲି ଏଣ୍ଟରଟେନମେଣ୍ଟ ଏହି ଫିଲ୍ମକୁ ପ୍ରଡ୍ୟୁସ କରିବାକୁ ଯାଉଛି। ଆଲିଆ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାର ଶୁଟିଂ ଆସନ୍ତା ବର୍ଷ ଆରମ୍ଭରେ କରାଯିବ ବୋଲି ଅନୁମାନ କରାଯାଉଛି।