ସ୍ତ୍ରୀ ଗୌରୀଙ୍କୁ ଭାଉଜ ଡାକିଥାନ୍ତି ଶାହାରୁଖ୍‌: କାରଣ କହିଲେ ଏପରି…

ବଲିଉଡ୍‌ର କିଙ୍ଗ୍‌ ଖାଁ ଶାହାରୁଖ୍‌ ଏବେ ଖୁବ୍‌ ଚର୍ଚ୍ଚାରେ। ତାଙ୍କର କ୍ରିକେଟ ଦଳ ‘କୋଲକାତା ନାଇଟ୍‌ ରାଇଡର୍ସ’କୁ ନେଇ ସବୁ ସମୟରେ ସେ କିଛି ନା କିଛି ଟୁଇଟ୍‌ କରିଥାନ୍ତି। ତାଙ୍କର ସମଗ୍ର ବିଶ୍ୱରେ ଅନେକ ପ୍ରଶଂସକ ମଧ୍ୟ ରହିଛନ୍ତି। ତେବେ ଏହି ସମୟରେ ତାଙ୍କୁ ନେଇ ଏକ ରୋଚକ କଥା ସାମ୍ନାକୁ ଆସିଛି। କିଙ୍ଗ୍‌ ଖାନ୍‌ ତାଙ୍କ ସ୍ତ୍ରୀ ଗୌରୀଙ୍କୁ ଭାଉଜ ବୋଲି ଡାକିଥାନ୍ତି। ଏଥିସହ ଗୌରୀକୁ ନିଜର ଭାଉଜ ବୋଲି ସମସ୍ତଙ୍କୁ ପରିଚୟ ମଧ୍ୟ ଦେଇଥାନ୍ତି। କପିଲ ଶର୍ମାଙ୍କ ଶୋ’ରେ ଶାହାରୁଖ୍‌ ନିଜେ ଏହା କଥା କହିଛନ୍ତି। ସେ କହିଥିଲେ, ଏକଦା ଦିଲ୍ଲୀର ପୁଅମାନେ ତାଙ୍କୁ ମାଡ଼ ମାରିଥିଲେ। କାରଣ ଥରେ ସେ ଜଣେ ଝିଅକୁ ଡେଟ୍‌ କରୁଥିଲେ। ଏହି ସମୟରେ ସେ ଉକ୍ତ ଝିଅକୁ ନିଜର ଗର୍ଲଫ୍ରେଣ୍ଡ କହିବାକୁ ଦିଲ୍ଲୀର କିଛି ପୁଅମାନେ ତାଙ୍କୁ ମାଡ ମାରିଥିଲେ। ସେମାନେ କହିଥିଲେ, ଏହି ଝିଅ ତୁମ ଗର୍ଲଫ୍ରେଣ୍ଡ ନୁହେଁ ବରଂ ତୁମ ଭାଉଜ। ଉକ୍ତ ଘଟଣା ପରଠାରୁ ଶାହାରୁଖ୍‌ ଯେତେବେଳେ ଦିଲ୍ଲୀ ଯାଆନ୍ତି, ଗୌରୀଙ୍କୁ ତାଙ୍କର ଭାଉଜ ବୋଲି କହିଛନ୍ତି।

Share