ଫାର୍ମଲ୍ୟାଣ୍ଡ କିଣିଲେ ସୁହାନା

ମୁମ୍ବାଇ: ସୁପରଷ୍ଟାର ଶାହାରୁଖ ଖାଁ ଓ ଇଣ୍ଟିରିୟର ଡିଜାଇନର ଗୌରି ଖାଁଙ୍କ ଝିଅ ସୁହାନା ଖାଁ ଏବେ ବଲିଉଡର ସବୁଠାରୁ ଟ୍ୟାଲେଣ୍ଟେଡ ଷ୍ଟାର କିଡ ଭାବେ ରହୁଛନ୍ତି ଚର୍ଚ୍ଚାରେ। ଏହି ଷ୍ଟାର କିଡ ଖୁବଶୀଘ୍ର ‘ଆର୍ଚିଜ’ ସହ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତ ିଜୋୟା ଅଖତର। ଏହା ନେଟଫ୍ଲିକ୍ସରେ ରିଲିଜ ହେବ। ନିକଟରେ ସୋସିଆଲ ମିଡିଆରେ ଏହାର ଟିଜର ରିଲିଜ ହୋଇଥିଲା। ଇତିମଧ୍ୟରେ ଜଣାପଡିଛି କି ସୁହାନା କିଛି ଚାଷ ଜମି କିଣିଛନ୍ତି। ହେଲେ ଏହାର ଦାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ଷ୍ଟାର କିଡ ଅଲି ବାଗର ଥାଲ ଗାଁରେ ଏକ ଫାର୍ମଲ୍ୟାଣ୍ଡ କିଣିଛନ୍ତି। ଲେଟେଷ୍ଟ ଅପଡେଟରୁ ଜଣାପଡିଛି କି ଷ୍ଟାର କିଡରୁ ଆକ୍ଟ୍ରେସ ହୋଇଥିବା ସୁହାନା ୧.୫ ଏକର କୃଷି ଜମି ସହ ଏହା ଉପରେ ଥିବା ୨,୨୧୮ ସ୍କୋୟାର ଫୁଟରେ ନିର୍ମିତ ଏକ ବିଲଡିଂ କିଣିଛନ୍ତି, ଯାହାର ଦାମ ୧୨.୯୧ କୋଟି ବୋଲି କୁହାଯାଉଛି।

ନୂତନ କ୍ରୟ ପାଇଁ ସୁହାନା ୭୭.୪୬ ଲକ୍ଷ ଷ୍ଟାମ୍ପ ଡ୍ୟୁଟି ଦେଇଛନ୍ତି। ପୂର୍ବରୁ ଅଞ୍ଜଲି, ରେଖା ଏବଂ ପ୍ରିୟା ଖୋତ ନାମକ ତିନି ଭଉଣୀଙ୍କର ଏହି ଜମି ଥିଲା। ବର୍ତ୍ତମାନ ଦେଜା-ଭୁ ଫାର୍ମ ପ୍ରାଇଭେଟ ଲିମିଟେଡ ନାମରେ ପଞ୍ଜୀକୃତ ହୋଇଛି, ଯାହାର ଟାଇଟଲ ଗୌରୀ ଖାଁଙ୍କ ମା ଏବଂ ଭଉଣୀ ସବିତା ଛିବ୍ବର ଏବଂ ନମିତା ଛିବ୍ବରଙ୍କ ପାଖରେ ଅଛି। ସମ୍ପତ୍ତିର ପଞ୍ଜୀକୃତ ଦଲିଲଗୁଡ଼ିକ ସୁହାନା ଖାଁଙ୍କୁ ଜଣେ ‘କୃଷକ’ ଭାବରେ ବର୍ଣ୍ଣନା କରିଛନ୍ତି। ଯଦିଓ ଷ୍ଟାର କିଡ କୃଷି ଏବଂ ଚାଷ କାର୍ଯ୍ୟରେ ପ୍ରବେଶ କରିବାର ଯୋଜନାକୁ ଏପର୍ଯ୍ୟନ୍ତ ପ୍ରକାଶ କରି ନାହାନ୍ତି, ତଥାପି ସେ ଏହା କରିବାକୁ ଯୋଜନା କରୁଥିବା ଡକ୍ୟୁମେଣ୍ଟରୁ ଜଣାପଡିଛି।

Share