ପରିବାର ବିରୋଧରେ ଗଲେ ଶାହାରୁଖ୍‌ ଖାନ୍‌ଙ୍କ ଝିଅ ସୁହାନା: କଲେ ଏମିତି କାମ

ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ଙ୍କ ଝିଅ ସୁହାନା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ। ସବୁ ସମୟରେ ସେ ନିଜର ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। କିନ୍ତୁ ଏବେ ସେ ନିଜର ଏକ ଫଟୋକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ଉକ୍ତ ଫଟୋକୁ ପୋଷ୍ଟ ନ କରିବା ପାଇଁ ଭାଇ ଆର୍ଯ୍ୟନ ତାଙ୍କୁ କହିଥିଲେ। ମାତ୍ର ସୁହାନା ଭାଇଙ୍କ କଥା ନ ମାନି ଫଟୋ ଶେୟାର କଲେ। ଏ କଥା ନିଜେ ସୁହାନା କହିଛନ୍ତି।
ନିକଟରେ ସୁହାନା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ବାପାଙ୍କ ଜନ୍ମଦିନ ଉତ୍ସବ ସମୟର ୨ଟି ଫଟୋ ଶେୟାର କରିଥିଲେ। ଏହି ଫଟୋରେ ତାଙ୍କୁ ଭାଇ ଆର୍ଯ୍ୟନଙ୍କ ସହ ଦେଖିବାକୁ ମିଳୁଛି। ଏଥିସହ ଫଟୋରେ ସାନ ଭାଇ ଅରରାମ ଏବଂ ବାପା ଶାହାରୁଖ୍‌ ମଧ୍ୟ ଉପସ୍ଥିତ ଅଛନ୍ତି।

Share