‘ପଠାନ’ ସହ ଜବରଦସ୍ତ କମବ୍ୟାକ କଲେ ଶାହାରୁଖ

ମୁମ୍ବାଇ: ଶାହାରୁଖ ଖାଁ, ଜନ ଆବ୍ରହମ, ଦୀପିକା ପାଦୁକୋନଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ପଠାନ’କୁ ନେଇ ବେଶ କିଛି ସମୟ ହେବ ଚର୍ଚ୍ଚା ଲାଗି ରହିଛି । ଫିଲ୍ମ ରିଲିଜ୍ ପୂର୍ବରୁ ପ୍ରଶଂସକ ଅପେକ୍ଷା ରଖିଥିଲେ ଏହାର ଟ୍ରେଲରକୁ । ଏବେ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ହୋଇଛି । ରିଲିଜ୍ ହୋଇଛି ‘ପଠାନ’ର ଟ୍ରେଲର । ଏହା ୩ଟି ଭାଷା ହିନ୍ଦୀ, ତାମିଲ ଓ ତେଲଗୁରେ ରିଲିଜ୍ କରାଯାଇଛି । ଏଥିରେ ୩ କଳାକାରଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ୟୁଜର୍ସ ଟ୍ରେଲରକୁ ଖୁବ୍ ପସନ୍ଦ କରୁଛନ୍ତି ।
ଟ୍ରେଲରର ଆରମ୍ଭରେ ସର୍ବ ପ୍ରଥମେ ଜନଙ୍କ ଲୁକ ରିଭିଲ କରାଯାଇଛି । ଯିଏ ଆକ୍ସନ ଦେଖାଇ ଗାଡି ଉଡାଇ ଦେଉଛନ୍ତି । ପୁଣି ଡିମ୍ପଲ କାପାଡିଆ ନଜର ଆସିଛନ୍ତି । ଏହାପରେ ଶାହାରୁଖ ରକ୍ତରେ ଜୁଡୁବୁଡୁ ହୋଇଥିବା ଦେଖାଯାଇଛି । ଏହାପରେ ଗୀତରେ ରିଭିଲ ହୋଇଛି ଦୀପିକାଙ୍କ ଲୁକ । ପୁଣି ଦୀପିକା ଓ ଶାହାରୁଖ ପରସ୍ପର ସହ କଥା ହେଉଥିବା ଦେଖାଯାଇଛି । ଏହି ସମୟରେ ୩ଜଣ କଳାକାରଙ୍କ କମାଲ କଲାଭଳି ଆକ୍ସନ ଦେଖିବାକୁ ମିଳିଛି । ଆକ୍ସନ ସହ ହିରୋପନ୍ଥି, ରୋମାନ୍ସ, କମେଡି ଓ ବୋଲ୍ଡ ସିନ୍ସ ବି ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ପୂର୍ବରୁ ଫ୍ୟାନ ମେଡ ଟ୍ରେଲର ରିଲିଜ୍ କରାଯାଇଥିଲା । ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଟ୍ରେଲର ଦେଖି ଲାଗୁଛି ଭ୍ୟୁଜର ରେକର୍ଡ ଭାଙ୍ଗିପାରେ । କିଛିଦିନ ତଳେ ଫିଲ୍ମର ଲାଟେଷ୍ଟ ପୋଷ୍ଟର ସାମ୍ନାକୁ ଆସିଥିବା ବେଳେ ଏବେ ଟ୍ରେଲର ଦେଖି ସୋସିଆଲ ମିଡିଆ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୫ ଜାନୁୟାରୀ, ୨୦୨୩ରେ ରିଲିଜ୍ ହେବାକୁ ଯାଉଛି । ଗୋଟିଏ ପଟେ ପ୍ରଶଂସକ ଏହାକୁ ଅପେକ୍ଷା ରଖିଥିବା ବେଳେ ଅନ୍ୟପଟେ ଟ୍ରୋଲର୍ସ ଏହାକୁ ବିରୋଧ କରି ଚାଲିଛନ୍ତି ।

Share