ଚମକିଲା ରିଦ୍ଧିଙ୍କ ଭାଗ୍ୟ, ପୁଣି ଶାହାରୁଖଙ୍କ ସହ କରିବେ କାମ

ବମ୍ବେ: ଚମକିଛି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ରିଦ୍ଧି ଡୋଗରାଙ୍କ ଭାଗ୍ୟ। ତାଙ୍କ ଅଭିନୟର ପ୍ରଶଂସାରେ ଶତମୁଖ ହୋଇଛନ୍ତି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌। କିଙ୍ଗଖାନ୍‌ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଯବାନ’ରେ ମା’ ଭୂମିକାରେ ନଜର ଆସିବେ ସେ। ବୟସ କମ୍‌ ସତ୍ତ୍ୱେ ନିଜର ଦମ୍‌ଦାର ଅଭିନୟ ପାଇଁ ସେ ଅଭିନେତା ମନ ଜିଣିବାରେ ସଫଳ ହୋଇଛନ୍ତି। ଏପରିକି ଶାହାରୁଖ ନିଜର ଆଗାମୀ ପ୍ରୋଜେକ୍ଟରେ ତାଙ୍କ ସହ କାମ କରିବାର ଇଚ୍ଛା ପ୍ରକାଶ କରିଛନ୍ତି। ରିଦ୍ଧି ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରି ଲେଖିଛନ୍ତି, ସ୍ବପ୍ନ ଯେବେ ସତ ହୁଏ। ଭିଡିଓରେ ଶାହାରୁଖ ତାଙ୍କ କାମର ପ୍ରଶଂସା କରୁଥିବା ନଜର ଆସୁଛି।

Share