ଲାଲ୍ ସିଂ ଚଡ୍ଡାରେ ଶାହାରୁଖ!

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ମୋଷ୍ଟ ଆୱେଟେଡ ଫିଲ୍ମ ‘ଲାଲ୍ ସିଂ ଚଡ୍ଡା’ର ଏବେ ଶୁଟିଂ ଚାଲିଛି । ଏଥିରେ ମୁଖ୍ୟ ଭୂମିକାରେ ଆମିର ଖାଁ ଓ କରିନା କପୁର ଖାଁ ନଜର ଆସିବେ । ମିଳିଥିବା ସୂଚନାରୁ ଜଣାପଡିଛି କି ଫିଲ୍ମ ଶାହାରୁଖ ଖାଁଙ୍କ ବ୍ୟାନର ରେଡ ଚିଲି ଏଣ୍ଟରଟେନମେଣ୍ଟ ଦ୍ୱାରା ପ୍ର୍‌ସ୍ତୁତ କରାଯାଉଥିବା ବେଳେ ବଲିଉଡ୍ ବାଦଶାହା ଶାହାରୁଖ ମଧ୍ୟ ଏଥିରେ ନଜର ଆସିବେ । ଏବେ ଦିଲ୍ଲୀରେ ଏହି ଫିଲ୍ମର ଶୁଟିଂ ଚାଲିଥିବା ବେଳେ ଶାହାରୁଖ କୁଆଡେ ଇତିମଧ୍ୟରେ ଦିଲ୍ଲୀ ପହଞ୍ଚି ସାରିଛନ୍ତି । ବେଶ୍ କିଛିଦନ ହେବ ବଡ ପରଦାରୁ ଦୂରରେ ଥିବା ଶାହାରୁଖ ପୁଣିଥରେ ବଡ ପରଦାକୁ ଫେରୁଛନ୍ତି । ଏହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମନରେ ଅନେକ ଉତ୍କଣ୍ଠା । ଏହାସହ ୨୦୧୮ପରେ ଏବେ ସେ ପୁଣିଥରେ ୟଶ ରାଜ ବ୍ୟାନରରେ ନିର୍ମିତ ଫିଲ୍ମ ‘ପଠାନ’ରେ ଦର୍ଶକଙ୍କ ନିକଟତର ହେବାକୁ ଯାଉଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରହିଛନ୍ତି ଦୀପିକା ପାଦୁକୋନ ଓ ଜନ୍ ଅବ୍ରାହମ । ଜନ୍ ଏକ ଖଳନାୟକ ଭୂମିକାରେ ଏଥିରେ ନଜର ଆସିବେ । ଏହାର ନିର୍ଦ୍ଦେଶକ ରହିଛନ୍ତି ସିଦ୍ଧାର୍ଥ ଆନନ୍ଦ । ଏହା ଏକ ଆକ୍ସନ୍ ଥ୍ରୀଲର ଫିଲ୍ମ । ଆଦିତ୍ୟ ଚୋପ୍ରା ଏଥିପାଇଁ ଏକ ବଡ ବଜେଟ୍ ରଖିଛନ୍ତି । କୁହାଯାଉଛି ଏହା ବଲିଉଡ୍‌ର ସବୁଠାରୁ ଅଧିକ ବଜେଟର ଆକ୍ସନ ଫିଲ୍ମ ହେବ । ତେବେ ଏହାର ବଜେଟ୍ ପାଖାପାଖି ୨ଶହ କୋଟି ଥିବା ଜଣାପଡିଛି ।

Share