ଜାତୀୟ ସିନେମା ଦିବସ ଅବସରରେ ପ୍ରଶଂସକଙ୍କୁ ଉପହାର ଦେଲେ ଶାହାରୁଖ

ମୁମ୍ବାଇ: ଅଭିନେତା ଶାହାରୁଖ ଖାନଙ୍କ ‘ଯବାନ’ ୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ଏବଂ ବର୍ତ୍ତମାନ ଏହି ଚଳଚ୍ଚିତ୍ର ରିଲିଜ ହେବାର ଏକ ମାସରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ଯବାନର କ୍ରେଜ୍‌ କୌଣସି ପ୍ରକାରେ ହ୍ରାସ ପାଇନାହିଁ। ଏବେ ବି ‘ଯବାନ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି ଏବଂ ଆସନ୍ତାକାଲି ଜାତୀୟ ସିନେମା ଦିବସ ଅବସରରେ ‘ଯବାନ’ ନିଜର ଯାଦୁ ଦେଖାଇବାକୁ ମଧ୍ୟ ପ୍ରସ୍ତୁତ ।

ଜାତୀୟ ସିନେମା ଦିବସ ୨୦୨୩ରେ ଏହି ଆକ୍ସନ ଫିଲ୍ମର ଚାହିଦା ପୁଣି ଥରେ ବୃଦ୍ଧି ପାଇଛି । ଏହାର କାରଣ ହେଉଛି ଏହି ବିଶେଷ ଦିନରେ ଟିକେଟ୍‌ ଦାମ୍‌ ସାରା ଦେଶରେ କମ ଅଟେ ଏବଂ ଏହି କାରଣରୁ ଫିଲ୍ମକୁ ବହୁ ଦର୍ଶକ ମିଳିବ ବୋଲି ଆଶା କରାଯାଉଛ।ଉଲ୍ଲେଖଥାଉ କି, ‘ଯବାନ’ର ପ୍ରାୟ ୧ ଲକ୍ଷ ଟିକେଟ ବିକ୍ରି ହୋଇସାରିଛି। ବାସ୍ତବରେ, ଜାତୀୟ ସିନେମା ଦିବସ ଅବସରରେ ଦେଶର ପ୍ରେକ୍ଷାଳୟରେ ଚାଲୁଥିବା ସମସ୍ତ ଚଳଚ୍ଚିତ୍ରର ଟିକେଟ ମୂଲ୍ୟ ମାତ୍ର ୯୯ଟଙ୍କା ରଖାଯାଇଛି। ତେବେ ଏହି ଦାମ୍‌ କେବଳ ୨ଡି, ୩ଡି, ଆଇମାକ୍ସ ପାଇଁ ଉପଲବ୍ଧ।

Share