Advertisement

୨୭ ବର୍ଷ ପରେ ପୁଣି ଥରେ ଏକାଠି ନଜର ଆସିଲେ ରିଷି-ଶାହାରୁଖ

ମୁମ୍ବାଇ: ବଲିଉଡ୍‌ର ବରିଷ୍ଠ କଳାକାର ରିଷି କପୁର କିଛି ଦିନ ହେବ ବିଦେଶରେ ଚିକିତ୍ସିତ ହେଉଛନ୍ତି। ସେଠାରେ ତାଙ୍କୁ ଦେଖା କରିବାକୁ ବଲିଉଡ୍‌ର ବହୁ କଳାକାର ପହଞ୍ଚିଥିବା ଖବର ଆସିଛି। ହେଲେ ଏଥର ନ୍ୟୁୟର୍କରେ ତାଙ୍କୁ ଭେଟିବାକୁ ପହଞ୍ଚିଛନ୍ତି ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖ। ରିଷିଙ୍କ ଅଭିନେତ୍ରୀ ପତ୍ନୀ ନିତୁ କପୁର ନିକଟରେ ଶାହାରୁଖ, ରିଷି ଓ ନିତୁଙ୍କ ଏକ ସେଲ୍‌ଫି ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଘଟଣା ସାମ୍ନାକୁ ଆସିଛି। ତେବେ ଦୀର୍ଘ ୨୭ ବର୍ଷ ପରେ ଗୋଟିଏ ଫଟୋରେ ରିଷିଙ୍କ ସହ ଶାହାରୁଖ ନଜର ଆସିଥିବାରୁ ଚର୍ଚ୍ଚାର ବିଷୟ ପାଲଟିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share