ରୋମାନ୍ସ କରିବେ ଶାହାରୁଖ

ମୁମ୍ବାଇ: ଦୀର୍ଘଦିନ ପରେ ରୋମାନ୍ସର ବାଦଶାହା ଶାହାରୁଖ ଖାଁ ନିଜ ପ୍ରଶଂସକଙ୍କ ପାଇଁ ରୋମାଣ୍ଟିକ୍‌ ଟ୍ରାକ ନେଇ ଆସିବାକୁ ପ୍ରସ୍ତୁତ ହେଲେଣି। ଶାହାରୁଖଙ୍କ ଅଭିନୀତ ମୁଭି ‘ଯଓ୍ବାନ’ର ଏକ ଗୀତ ରିଲିଜ ହେବାକୁ ଯାଉଛି। ଏହାଏକ ରୋମାଣ୍ଟିକ ସଙ୍ଗ ‘ଚଲେୟା’, ଯେଉଁଥିରେ ଶାହାରୁଖଙ୍କ ସହ ସାଉଥ ସୁପରଷ୍ଟାର ଲେଡି ନୟନତାରା ନଜର ଆସିବେ। ଫ୍ୟାନ୍ସ ପୂର୍ବରୁ ଏହି ମୁଭିକୁ ନେଇ ଏକ୍ସସାଇଟେଡ ଅଛନ୍ତି। ଏହାରି ଭିତରେ ମେକର୍ସ ଏହାକୁ ଆହୁରି ଇଣ୍ଟରେଷ୍ଟିଂ କରି ଦେଇଛନ୍ତି। ଦର୍ଶକଙ୍କ ଉତ୍ସୁକତାକୁ ଆହୁରି ବଢାଇବାକୁ ମେକର୍ସ ଗୀତର ଏକ ଟିଜର ଜାରି କରିଛନ୍ତି।
ବଲିଉଡର ରୋମାନ୍ସ କିଙ୍ଗ ଶାହାରୁଖ ଖାନ ଏବଂ ନୟନତାରା ଷ୍ଟାରର ‘ଚଲେୟା’ ଏକ ଦିଲ୍‌କୁ ଛୁଇଁ ଯାଉଥିବା ରୋମାଣ୍ଟିକ ନମ୍ବର, ଯାହା ଆସନ୍ତାକାଲି ଅର୍ଥାତ୍‌ ୧୪ ଅଗଷ୍ଟ ସୋମବାର ମୁକ୍ତିଲାଭ କରିବାକୁ ଯାଉଛି। ଏହି ଗୀତ ମାଧ୍ୟମରେ ଉଭୟ କଳାକାର ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଏବଂ ଏହି ରୋମାଣ୍ଟିକ ଯୋଡି ସିଲଭର ସ୍କ୍ରିନରେ ନିଆଁ ଲଗାଇବାକୁ ଯାଉଛନ୍ତି।
ପୂର୍ବରୁ ଏକ ଛୋଟ ମୋସନ ପୋଷ୍ଟର ସହିତ ପ୍ରଶଂସକଙ୍କୁ ଆକର୍ଷିତ କରିବା ପରେ ନିର୍ମାତାମାନେ ରବିବାର ଏକ ଟିଜର ରିଲିଜ କରିଛନ୍ତ। ଏହା ସହିତ ଦର୍ଶକଙ୍କୁ ରୋମାଣ୍ଟିକ ନମ୍ବରର ଝଲକ ମଧ୍ୟ ଦିଆଯାଇଥିଲା, ଯେଉଁଥିରେ ଗୀତର ଏକ୍ସଟେଣ୍ଡେଡ ଝଲକ ରହିଛି, ଯାହା ଦର୍ଶକଙ୍କୁ ଟ୍ରାକ ଆଡକୁ ଆକର୍ଷିତ କରିଥାଏ।
କିଛି ଦିନ ପରେ ଶାହରୁଖ ଏହି ରୋମାଣ୍ଟିକ ଟ୍ରାକ ସହିତ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଦୀର୍ଘଦିନ ପରେ ଦର୍ଶକମାନେ ଏସଆରକେଙ୍କ ଏହି ଚମତ୍କାର ଦେଖିବାକୁ ପାଇବେ। ପ୍ରଶଂସକମାନେ ବହୁତ ଉତ୍ସାହିତ ହେବାର ଏହି କାରଣ, କାରଣ ରୋମାନ୍ସ କିଙ୍ଗ ଏକ ରୋମାଣ୍ଟିକ ଗୀତ ସହିତ ଫେରି ଆସିବେ। ଶାହାରୁଖଙ୍କ ଗୀତ ‘ଚଲେୟା’ ଅଗଷ୍ଟ ୧୪ରେ ୩ଟି ଭାଷାରେ ରିଲିଜ ହେବାକୁ ଯାଉଛି।
ହିନ୍ଦୀ ବ୍ୟତୀତ ଏହି ଗୀତ ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ ହେବ। ଗୌରୀ ଖାନଙ୍କ ଦ୍ୱାରା ନିର୍ମିତ ତଥା ଗୌରବ ବର୍ମାଙ୍କ ସହ ପ୍ରଯୋଜିତ ଏଟଲିଙ୍କ ନିର୍ଦ୍ଦେଶିତ ଏହି ମୁଭିଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ୭ ସେପ୍ଟେମ୍ବର ୨୦୨୩ରେ ସାରା ବିଶ୍ୱରେ ରିଲିଜ ହେବାକୁ ଯାଉଛି।

Share