୮ ଦେଶରେ ଶୁଟିଂ ହୋଇଛି ଶାହାରୁଖଙ୍କ ଫିଲ୍ମ ‘ପଠାନ’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ ଆଜିକାଲି ନିଜ ଅପକମିଂ ଫିଲ୍ମ ‘ପଠାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମରେ ଶାହାରୁଖଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳି। ଏଥିରେ ସେ ବିପଜ୍ଜନକ ଆକ୍ସନ ଏବଂ ଷ୍ଟଣ୍ଟ କରୁଥିବା ନଜର ଆସିଛନ୍ତି। ଯାହା ଟ୍ରେଲର୍‌ରୁ ସ୍ପଷ୍ଟ ହୋଇଯାଇଛି। ନିର୍ମାତାମାନେ ଏହି ଫିଲ୍ମ ତିଆରି କରିବା ପାଇଁ କୋଟି କୋଟି ଟଙ୍କା ପାଣି ପରି ଖର୍ଚ୍ଚ କରିଛନ୍ତି। କେବଳ ସେତିକି ନୁହେଁ ୮ଟି ଦେଶରେ ଏହି ଫିଲ୍ମର ଶୁଟିଂ କରାଯାଇଥିବା ଜଣାପଡିଛି। ଫିଲ୍ମ ପଠାନ ୨୫୦ କୋଟି ବଜେଟ୍‌ରେ କରାଯାଇଛି। ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ଶାହରୁଖଙ୍କ ଫିଲ୍ମ ‘ପଠାନ’ ଭାରତ ବ୍ୟତୀତ ସ୍ପେନ, ୟୁଏଇ, ତୁର୍କୀ, ରୁଷିଆ, ସାଇବେରିଆ, ଇଟାଲୀ, ଫ୍ରାନ୍ସ ଏବଂ ଆଫଗାନିସ୍ତାନରେ ଶୁଟିଂ କରାଯାଇଛି। ଏହି ଫିଲ୍ମରେ ଶାହରୁଖ ଖାନ୍‌ଙ୍କ ବ୍ୟତୀତ ଜନ୍‌ ଆବ୍ରହାମ ଏବଂ ଦୀପିକା ପାଦୁକୋନଙ୍କ ଭଳି ଷ୍ଟାରଙ୍କୁ ଦେଖିବାକୁ ମିଳିବ। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମଟି ହିନ୍ଦୀ ବ୍ୟତୀତ ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍‌ ହେବ। ଏହି ଫିଲ୍ମଟି ୟଶ ରାଜ ଫିଲ୍ମସ୍‌ ପ୍ରଡକ୍ସନ୍‌ ହାଉସ୍‌ ବ୍ୟାନରରେ ପ୍ରସ୍ତୁତ କରାଯାଇଥିବା ବେଳେ ୨୦୨୩ ଜାନୁଆରୀ ୨୫ରେ ଏହା ରିଲିଜ୍‌ ହେବ।

 

Share