‘ମନ୍ନତ’ ତ କେବଳ ଏକ ଝଲକ, ବଲିଉଡ୍‌ ବାଦ୍‌ଶାହା ଶାହାରୁଖଙ୍କ ରହିଛି ଅନେକ ଘର…

ବଲିଉଡ୍‌ର ବାଦ୍‌ଶାହା ହେଉଛନ୍ତି ଶାହାରୁଖ ଖାନ୍‌। ରୋମାଣ୍ଟିକ ହିରୋ ଭାବେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରନ୍ତି ସେ। ତାଙ୍କ ଅଭିନୟକୁ ନେଇ ଫିଲ୍ମ ସୁପରହିଟ୍‌ ସାବ୍ୟସ୍ତ ହୋଇଥାଏ। ବାସ୍‌, ଏଥିଲାଗି ମୋଟା ଅଙ୍କର ପାଉଣା ମଧ୍ୟ ନିଅନ୍ତି ସେ। ମୋଟ ଉପରେ ଦେଖିଲେ ଶାହାରୁଖ ୬୩୦୦ କୋଟି ଟଙ୍କା ସମ୍ପତ୍ତିର ମାଲିକ। ଏହାଛଡ଼ା ବମ୍ବେରେ ଥିବା ଘର ‘ମନ୍ନତ’ ବ୍ୟତିତ ତାଙ୍କର ଅନେକ ଘର ରହିଛି।

୨୦୦ କୋଟି ମୂଲ୍ୟର ‘ମନ୍ନତ’ ଏକ ଭବ୍ୟ ବଙ୍ଗଳା। ଏଠାରେ ଶାହାରୁଖ ପ୍ରାୟତଃ ନିଜର ପ୍ରଶଂସକଙ୍କୁ ଭେଟିଥାନ୍ତି। ତାଙ୍କର ଅଲ୍ଲିବାଗରେ ମଧ୍ୟ ୧୫ କୋଟି ମୂଲ୍ୟର ୨୦୦୦୦ ବର୍ଗ ମିଟର ପରିବ୍ୟାପ୍ତ ଏକ ଘର(ଫାର୍ମହାଉସ୍‌) ରହିଛି। ଏଠାରେ ସେ ଛୁଟି କଟାଇଥାନ୍ତି। ଦୁବାଇର ପାମ ଜୁମେରାହ ଆଇଲାଣ୍ଡରେ ମଧ୍ୟ ଅଭିନେତା ଏକ ବଙ୍ଗଳା କିଣିଛନ୍ତି। ଏହାର ମୂଲ୍ୟ ୧୮ କୋଟି ଟଙ୍କା।

ଶାହାରୁଖ ଦିଲ୍ଲୀରେ ଜନ୍ମିତ ହୋଇଥିବାରୁ ତାଙ୍କ ପରିବାରର ଏଠାରେ ଏକ ଘର ରହିଛି। ଦକ୍ଷିଣ ଦିଲ୍ଲୀରେ ଥିବା ଦୁଇ ମହଲା ଘରେ ଅନେକ ବାଲ୍‌କୋନୀ ଅଛି। ସେଣ୍ଟ୍ରାଲ ଲଣ୍ଡନର ପାର୍କ ଲେନ୍‌ର ରିୟଲ ଇଷ୍ଟେଟ୍‌ ସେକ୍ଟରରେ ଏସ୍‌ଆର୍‌କେଙ୍କ ଏକ ଆପାର୍ଟମେଣ୍ଟ ରହିଛି।ଏଠାରେ ହିଁ ତାଙ୍କ ପିଲାମାନେ ନିଜର ସ୍କୁଲ ପଢ଼ା ଶେଷ କରିଛନ୍ତି।

Share