ନୂଆ ଇନିଂସ ଆରମ୍ଭ କରିବେ ଶାହରୁଖଙ୍କ ପୁଅ

ବଲିଉଡ୍‌ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ବଲିଉଡ୍‌ରେ କେବେ ଡେବ୍ୟୁ କରିବେ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଖୁବ୍‌ଶୀଘ୍ର ସେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। କିନ୍ତୁ ଜଣେ ଅଭିନେତା ଭାବରେ ନୁହେଁ, ଜଣେ ନିର୍ଦ୍ଦେଶକ ଭାବରେ ସେ ନଜର ଆସିବେ। ସେ ଆମାଜନ ପ୍ରାଇମ ଭିଡିଓର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ ନିର୍ଦ୍ଦେଶକ ତଥା ଲେଖକ ଭାବରେ କାର୍ଯ୍ୟ କରିବାକୁ ଯାଉଛନ୍ତି। ଖୁବ୍‌ଶୀଘ୍ର ପ୍ରୋଜେକ୍ଟର ଶୁଟିଂ ଆରମ୍ଭ ହେବ। ଥରେ ଶାହାରୁଖ ଏକ ସାକ୍ଷାତକାରରେ କହିଥିଲେ ଆର୍ଯ୍ୟନଙ୍କ ଆଗ୍ରହ ଅଭିନୟ ପ୍ରତି ନୁହେଁ ବରଂ, ଲେଖା କ୍ଷେତ୍ରରେ ଅଛି। ଆର୍ଯ୍ୟାନ୍‌ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗରେ କୋଲକାତା ନାଇଟ ରାଇଡର୍ସର ଦାୟିତ୍ୱ ଗ୍ରହଣ କରିସାରିଛନ୍ତି। ତାଙ୍କୁ ଆଇପିଏଲ ନିଲାମ ସମୟରେ ଦେଖିବାକୁ ମିଳିଥିଲା। ଏହା ପରେ ସେ ଆଇପିଏଲ ମ୍ୟାଚ ସମୟରେ ଷ୍ଟାଡିୟମରେ ମଧ୍ୟ ପହଞ୍ଚିଥିଲେ।

Share