ଏନ୍‌ସିବି ରିମାଣ୍ଡରେ ଥାଇ ବିଜ୍ଞାନ ବହି ମାଗିଲେ ଶାହାରୁଖଙ୍କ ପୁଅ; ସାଧାରଣ କଏଦୀ ଭଳି ଖାଇଲେ…

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇ ରିମାଣ୍ଡରେ ଅଛନ୍ତି ବଲିଉଡ୍‌ କିଙ୍ଗ ଖାନ୍‌ ଶାହାରୁଖଙ୍କ ପୁଅ ଆର୍ୟନ। ଅଭିନେତାଙ୍କ ପୁଅ ହୋଇଥିଲେ ହେଁ ଏନ୍‌ସିବି ତାଙ୍କୁ ସାଧାରଣ କଏଦୀ ଭଳି ବ୍ୟବହାର କରୁଛି। ଘରୁ ଆସୁଥିବା ଖାଇବା ତାଙ୍କୁ ଦିଆଯାଉ ନାହିଁ। ସେ ଏନ୍‌ସିବି ପକ୍ଷରୁ ଦିଆଯାଉଥିବା ଖାଇବା ଖାଉଛନ୍ତି। ଏହାକୁ ନେଇ ତାଙ୍କ ମା’ ଗୌରୀ ଚିନ୍ତାରେ ଥିବା କୁହାଯାଉଛି। ଏବେ ଆର୍ୟନ ନାଜାଲ ସ୍ପ୍ରେ ସହ ବିଜ୍ଞାନର କିଛି ବହି ତାଙ୍କୁ ଦେବାକୁ ଡିମାଣ୍ଡ କରିଛନ୍ତି। ଉଭୟ ଜିନିଷ ତାଙ୍କୁ ଦେଇ ଦିଆଯାଇଛି।

ଆର୍ୟନଙ୍କ ସହ ତାଙ୍କ ବନ୍ଧୁ ଅରବାଜ୍‌ ମର୍ଚାଣ୍ଟ ମଧ୍ୟ ଏନ୍‌ସିବି ରିମାଣ୍ଡରେ ଅଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଓକିଲ ଅସଲମ ମର୍ଚାଣ୍ଟ ଅନେକ କିଛି ତଥ୍ୟ ରଖିଥିଲେ। ଅଭିଯୋଗର ଯାଞ୍ଚ ହେଉଛି। ଏବେ ଏ ବିଷୟରେ କହିବା ଠିକ୍‌ ହେବ ନାହିଁ। ମୁଁ ଓକିଲ ହୋଇଥିବାରୁ ନ୍ୟାୟପାଳିକା ଉପରେ ବିଶ୍ୱାସ ରଖେ। ସତ୍ୟର ବିଜୟ ହେବ ଏବଂ ଉଭୟ ପିଲା ନିର୍ଦ୍ଦୋଷ ସାବ୍ୟସ୍ତ ହୋଇ ମୁକୁଳିବେ ବୋଲି ସେ କହିଥିଲେ।

Share