Advertisement

୯ ଦିନ ପରେ ବି ସମାନ କ୍ରେଜ୍‌: ୭୦୦ କୋଟି ରୋଜଗାର କଲା ‘ପଠାନ’

ବମ୍ବେ: ରିଲିଜ ପୂର୍ବରୁ ବିବାଦରେ ଫସିଥିଲା କିଙ୍ଗ ଖାଁ ଶାହାରୁଖଙ୍କ ଫିଲ୍ମ ‘ପଠାନ୍‌’। ଫିଲ୍ମର କିଛି ଦୃଶ୍ୟକୁ ବିରୋଧ କରାଯାଉଥିବାରୁ ଏହା ଭଲ ବ୍ୟବସାୟ କରିବ ନାହିଁ ବୋଲି ଅନେକେ ପୂର୍ବାନୁମାନ କରିଥିଲେ। ହେଲେ ସବୁକିଛିକୁ ଭୁଲ ପ୍ରମାଣିତ କରିଛି ଶାହାରୁଖଙ୍କ ଲୋକପ୍ରିୟତା ଏବଂ ଫିଲ୍ମର କାହାଣୀ।

ଇତିମଧ୍ୟରେ ଫିଲ୍ମର ରିଲିଜକୁ ୯ ଦିନ ବିତିସାରିଛି। ଦେଶବିଦେଶରେ ଏହାକୁ ନେଇ ଜବରଦସ୍ତ କ୍ରେଜ ଦେଖିବାକୁ ମିଳୁଛି। ପରିଣାମସ୍ବରୂପ ଫିଲ୍ମଟି ଭାରତରେ ୩୬୪ କୋଟି ରୋଜଗାର କରିସାରିଛି। ବିଶ୍ୱସ୍ତରରେ ଦେଖିଲେ ଏହା ୭୦୦ କୋଟିରୁ ଅଧିକ ରୋଜଗାର କରିସାରିଲାଣି। ଆକଳନ ଦେଖିଲେ ଖୁବଶୀଘ୍ର ଏହା ୧୦୦୦ କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଉଛି।

କହିରଖୁଛୁ, ଦୀର୍ଘ ଚାରି ବର୍ଷ ପରେ ‘ପଠାନ୍‌’ ଜରିଆରେ କମ୍‌ବ୍ୟାକ୍‌ କରିଛନ୍ତି ଶାହାରୁଖ। ଏହା ତାଙ୍କ କ୍ୟାରିୟରର ପ୍ରଥମ ଆକ୍ସନ ଚଳଚ୍ଚିତ୍ର। ଫିଲ୍ମରେ ଅନ୍ୟ କଳାକାର ଭାବେ ଦୀପିକା ପାଦ୍ୟୁକୋନ ଏବଂ ଜନ ଆବ୍ରାହମ ନଜର ଆସୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share