ଏହି ଅଭିନେତା କହିଥିଲେ ମୁଁ ଚାହୁଁଛି ମୋ ପୁଅ ସବୁ ଖରାପ କାମ କରୁ : ଡ୍ରଗ୍ସ ନେଉ, ଝିଅଙ୍କ ପଛେ ଗୋଡ଼ାଉ…

ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଶାହରୁଖ ଖାନ ଗତ ୨୫ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍‌ କରିଆସୁଛନ୍ତି। ୫୫ ବର୍ଷ ବୟସ୍କ ଶାହରୁଖଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର କିଙ୍ଗ୍‌ ଖାନ କୁହାଯାଏ। ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। ସେ ଏଯାବତ୍‌ ୧୪ଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି। ଯେତେବେଳେ ସେ ତାଙ୍କ ପୁଅ ବିଷୟରେ କହିଥିଲେ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଶାହରୁଖ ତାଙ୍କର ଏକ ସାକ୍ଷାତ୍‌କାରରେ କହିଥିଲେ ଯେ, ସେ ଚାହୁଁଛନ୍ତି ଯେ, ତାଙ୍କ ପୁଅ ଆୟନ ସେହି ସବୁ ଭୁଲ କାମ କରୁ, ଯାହା ସେ ଯୁବକ ଅବସ୍ଥାରେ କରିନାହାନ୍ତି।

୧୯୯୭ ମସିହାରେ ଶାହରୁଖ ସିମି ଗର୍‌ୱାଲଙ୍କ ଟକ୍‌ ଶୋ’ରେ ପହଞ୍ଚିଥିଲେ। ତାଙ୍କ ସହିତ ତାଙ୍କ ସ୍ତ୍ରୀ ଗୌରୀ ମଧ୍ୟ ଥିଲେ। କିଛି ଦିନ ପୂର୍ବରୁ ସେମାନଙ୍କ ପୁଅ ଆୟନ ଜନ୍ମ ହୋଇଥିଲେ। ସାକ୍ଷାତ୍‌କାରରେ ଯେତେବେଳେ ସେ ତାଙ୍କ ପୁଅ ବିଷୟରେ କହିଥିଲେ, ସେ ଏପରି କହିବେ ବୋଲି କେହି ଭାବି ନ ଥିଲେ ।

ସାକ୍ଷାତ୍‌କାରରେ, ଯେତେବେଳେ ସିମି ଗର୍‌ୱାଲ ଶାହରୁଖଙ୍କୁ ପଚାରିଲେ ସେ କିପରି ତାଙ୍କ ପୁଅ ଆୟନଙ୍କୁ ବଢ଼ାଇବେ? ଏହା ଉପରେ ଶାହରୁଖ କହିଛନ୍ତି ଯେ, ସେ ଚାହୁଁଛନ୍ତି ତାଙ୍କ ପୁଅ ସେହି ସବୁ କାମ କରୁ, ଯାହା ସେ କିଶୋର ଅବସ୍ଥାରେ କରିପାରି ନ ଥିଲେ।
ଶାହରୁଖ କହିଛନ୍ତି ଯେ, ସେ ତାଙ୍କ ପୁଅକୁ ଡ୍ରଗ୍ସ ନେବାକୁ ଏବଂ ଝିଅଙ୍କ ପଛେ ଗୋଡ଼ାଇବାକୁ କହିବେ। ଆୟନ ଶୀଘ୍ର ସମସ୍ତ କାର୍ଯ୍ୟ ଆରମ୍ଭ କରିବା ଉଚିତ, ଯାହା ମୁଁ କରିପାରିଲି ନାହିଁ ବୋଲି ଶାହରୁଖ କହିଥିଲେ।

Share