କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଏଭଳି ଉପାୟ ଆପଣାଇଲେ ଶାହରୁଖ

ମୁମ୍ବାଇ: ମହାରାଷ୍ଟ୍ର ଓ ମୁମ୍ବାଇରେ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ଧିରେ ଧିରେ ଉଦ୍‌ବେଗଜନକ ହେବାରେ ଲାଗିଛି। ବଲିଉଡ୍‌ର ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଏହା କବଳରୁ ବର୍ତ୍ତିପାରି ନାହାନ୍ତି। ନିକଟରେ ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ବଚ୍ଚନ ଓ ଆରାଧ୍ୟା କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଅମିତାଭଙ୍କ ସମେତ ତାଙ୍କ ପରିବାରର ୪ଜଣ ସଦସ୍ୟ ନାନାବତି ହସ୍ପିଟାଲରେ ଏବେ ଚିକିତ୍ସିତ ହେଉଛନ୍ତି। ସେପଟେ ରେଖାଙ୍କ ସିକ୍ୟୁରିଟି ଗାର୍ଡ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କ ବଙ୍ଗଳାକୁ ସିଲ୍‌ କରିଦିଆଯାଇଛି। ଏହାକୁ ନେଇ ବଲିଉଡ୍‌ କଳାକାର ଏବେ ଭୟଭୀତ ହୋଇପଡ଼ିଛନ୍ତି। ଏଭଳି ସ୍ଥିତିରେ ବଲିଉଡ୍‌ ବାଦଶାହ ଶାହରୁଖ ଖାଁ ସୁରକ୍ଷା ଦୃଷ୍ଟିରୁ ନିଜ ବଙ୍ଗଳା ମନ୍ନତର ଚାରିପାଖକୁ ପ୍ଲାଷ୍ଟିକ୍‌ରେ ଆଚ୍ଛାଦିତ କରିଦେଇଥିବା ଦେଖିବାକୁ ମିଳିଛି। ଏହି ବଙ୍ଗଳାରେ ଶାହରୁଖ ନିଜ ପତ୍ନୀ ଗୌରୀ ଓ ୩ ପିଲାଙ୍କ ସହ ରୁହନ୍ତି। କରୋନାର ବ୍ୟାପକ ବୃଦ୍ଧି ଓ ଏଥିରୁ ଦୂରେଇ ରହିବା ପାଇଁ ସେ ଏଭଳି କରିଥିବା ଜଣାପଡ଼ିଛି। ସୁଚନାଯୋଗ୍ୟ, ଶାହରୁଖ ନିଜର ଏକ ୫ମହଲା ବିଶିଷ୍ଟ ଅଫିସ୍‌କୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ବିଏମ୍‌ସିକୁ ଦେଇଛନ୍ତି।

Share