ଏହି ଦିନ ଓଟିଟିରେ ରିଲିଜ ହେବ ଶାହାରୁଖଙ୍କ ଫିଲ୍ମ ‘ପଠାନ’

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ ସଂଖ୍ୟକ ଆୟ କରିବା ପରେ ଏବେ ଓଟିଟିରେ ଧମାକା କରିବାକୁ ପ୍ରସ୍ତୁତ ହେଉଛି। ‘ପଠାନ’ ରିଲିଜ ହେବା ପରଠାରୁ ଦର୍ଶକ ଏହାର ଓଟିଟି ରିଲିଜ୍‌କୁ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଏହି ଦର୍ଶକଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ମାର୍ଚ୍ଚ ୨୨ରେ ଫିଲ୍ମ ‘ପଠାନ’ ଓଟିଟିରେ ରିଲିଜ ହେବ।

ଶାହାରୁଖ ଖାନଙ୍କ ଏହି ଚଳଚ୍ଚିତ୍ର ଟଙ୍କା ରୋଜଗାର ଦୃଷ୍ଟିରୁ ସମସ୍ତ ଚଳଚ୍ଚିତ୍ରକୁ ପରାସ୍ତ କରିଛି। କେବଳ ଭାରତରେ ‘ପଠାନ’ ୫୪୦ କୋଟି ଟଙ୍କା ବ୍ୟବସାୟ କରିଛି। ଏହା ସହିତ ବିଦେଶ ବଜାରରେ ମଧ୍ୟ ଜବରଦସ୍ତ ବ୍ୟବସାୟ କରିଛି। ଶାହରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ ଏବଂ ଜନ ଆବ୍ରହମ, ଡିମ୍ପଲ କାପାଡିଆ ଏବଂ ଆଶୁତୋଷ ରାଣା ମଧ୍ୟ ଫିଲ୍ମରେ କାମ କରିଛନ୍ତି। ଏହା ସହିତ ଫିଲ୍ମରେ ସଲମାନ ଖାନଙ୍କ ଏକ କ୍ୟାମୋ ଭୂମିକା ମଧ୍ୟ ଅଛି।

 

Share