ଅଭିନେତା ଶାହରୁଖ ଖାନଙ୍କ ପୁଅ ଗିରଫ

ମୁମ୍ବାଇ,୩।୧୦: ପ୍ରସିଦ୍ଧ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟାନ ଶେଷରେ ଗିରଫ ହୋଇଛନ୍ତି। ତାଙ୍କୁ ଏନ୍‌ସିବି ରବିବାର ଗିରଫ କିରଛି। କ୍ରୁଜ୍‌ ରେଭ ପାର୍ଟିରେ ସାମିଲ ହେବା ଅଭିଯୋଗରେ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଟକ ରଖି ପଚରାଉଚରା କରୁଥିଲା। ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଏନ୍‌ସିବି ଗିରଫ କରିଛି।ଗିରଫ ପରେ ଏନ୍ସିବି ଏବେ ଆର୍ଯ୍ୟାନଙ୍କ ସମେତ ୮ ଜଣଙ୍କ ଡାକ୍ତରୀ ପରୀକ୍ଷା କରିବା ପାଇଁ ହସ୍ପିଟାଲ ଙେନିଆଯାଇଛି। ଡାକ୍ତରୀ ଯାଞ୍ଚ ପରେ ଏ ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ।
ସୂଚନା ମୁତାବକ, ଶନିବାର ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହାଜରେ ରେଭ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ପକ୍ଷରୁ ଚଢାଉ କରାଯାଇଥିଲା। ଏହି ସମୟରେ ଆଉ ୧୦ ଜଣଙ୍କ ସମେତ ଶାହାରୁଖ ଖାନଙ୍କ ପୁଅଙ୍କୁ ମଧ୍ୟ ଏନ୍‌ସିବି ଅଧିକାରୀ ଧରିଥିଲେ।

Share