Categories: ଜାତୀୟ

ବାଘେଲ ସରକାରଙ୍କୁ ଶାହାଙ୍କ ଟାର୍ଗେଟ: ୩୬ ପ୍ରତିଶ୍ରୁତି ମଧ୍ୟରୁ ୧୯ ଏପର୍ଯ୍ୟନ୍ତ ହୋଇନି ପୂରଣ…

ରାୟପୁର,୨।୯ : ଛତିଶଗଡର ରାୟପୁରରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାର ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୌଣସି ବିକାଶମୂଳକ କାର୍ଯ୍ୟ କରିନାହାଁନ୍ତି ବୋଲି ଅଭିଯୋଗ କରିଛନ୍ତି। ମୁଁ ତୁମ ସରକାରର ଦଶ ବର୍ଷର ହିସାବ ପଚାରିବାକୁ ଆସିଛି। ସବୁ ସ୍ଥାନରେ ବିଶୃଙ୍ଖଳା ଅଛି। ଏଠାରେ ଦୁର୍ନୀତି ବ୍ୟାପକ ହୋଇଛି। ସରକାର ରାଜ୍ୟବାସୀଙ୍କୁ ୩୬ଟି ପ୍ରତିଶ୍ରୁତି ଦେଇଥିଲେ। ସେଥିମଧ୍ୟରୁ ୧୯ ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ। ରାଜ୍ୟ ସରକାର ଋଣ ଛାଡ କରିବେ ବୋଲି କହିଥିଲେ। କିନ୍ତୁ ଏହାକୁ ଛାଡ଼ କରା ଯାଇ ନାହିଁ।

ମଦ ନିଷେଧ ଦାବିରେ ବିକାଶ କ’ଣ ହୋଇଛି? ପୂର୍ବତନ ରମଣ ସରକାର ମଦ ନିଷେଧକୁ ପ୍ରୋତ୍ସାହିତ କରିଥିଲେ। କିନ୍ତୁ କଂଗ୍ରେସ ସରକାର ଆସିବା ମାତ୍ରେ ଏହାକୁ ପରିବର୍ତ୍ତନ କରିଥିଲେ। କାରଣ କଂଗ୍ରେସ ସରକାର ରାଜସ୍ବ ପାଇଁ ଲୋଭୀ ଏବଂ ସରକାର ଜନସାଧାରଣଙ୍କ ହିତ ପାଇଁ କାଯର୍ର୍‌ୟ କରୁ ନାହାନ୍ତି। ସେ କହିଛନ୍ତି ରାଜ୍ୟରେ ପାଞ୍ଚ ହଜାର କୋଟି ଟଙ୍କା ମୂଲ୍ୟର ଦୁର୍ନୀତି ହୋଇଛି। ଆଜି ରାଜ୍ୟରେ ଆଇନଗତ ଢାଞ୍ଚା ଭୁଶୁଡି ପଡିଛି। କେନ୍ଦ୍ର ସରକାର ରାଜ୍ୟକୁ ସହାୟତା ପ୍ରଦାନ କରିଥିଲେ। କିନ୍ତୁ ଏହି ରାଶି ଦୁର୍ନୀତିରେ ଲୁଟ ହୋଇଥିଲା।

ଗତ ପାଞ୍ଚ ବର୍ଷ ମଧ୍ୟରେ ସିଏମ ଭୁପେଶ ବାଘେଲ ଗାନ୍ଧୀ ପରିବାର ପାଇଁ ଏଟିଏମ ଭାବରେ କାମ କରି ଗରିବ ଲୋକଙ୍କୁ ଲୁଟ କରିଛନ୍ତି। କରୋନା ଅବଧିରେ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚ କିଲୋ ଖାଦ୍ୟଶସ୍ୟ ପଠାଇବା ଆରମ୍ଭ କରିଥିଲେ। ଭୁପେଶ ବାଘେଲ ସବୁ ଚଳୁ କରିଦେଲେ। ୧୫ କିଲୋଗ୍ରାମ ବଦଳରେ ଲୋକଙ୍କୁ କେବଳ ୧୦ କିଲୋଗ୍ରାମ ଖାଦ୍ୟଶସ୍ୟ ଦିଆଯାଇଥିଲା ।

ଭୁପେଶ ବାଘେଲଙ୍କ ସରକାର ଗରିବ ଲୋକଙ୍କଠାରୁ ଖାଦ୍ୟଶସ୍ୟ ଛଡ଼ାଇବା କାମ କରୁଛନ୍ତି। ଏହାର ଜବାବ ରାଜ୍ୟ ଲୋକେ ଦେବେ ବୋଲି ଶାହା କହିଛନ୍ତି।

Share