Categories: ଜାତୀୟ

ଦିଲ୍ଲୀରେ ଚହଳ: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସରେ ଯୋଗଦେଲେ ଡଜନରୁ ଅଧିକ ଭାଜପା-ଏଏପି ନେତା

ନୂଆଦିଲ୍ଲୀ,୩୦।୮: ଆଗାମୀ ବର୍ଷ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ନିର୍ବାଚନୀ ଋତୁକୁ ଆଖି ଆଗରେ ଦେଖି ଦଳବଦଳ ଏବେଠୁ ଆରମ୍ଭ ହୋଇଯାଇଛି। ଗୁରୁବାର ଭାଜପା ଓ ଆମ ଆଦମୀ ପାର୍ଟିର ଏକ ଡଜନରୁ ଅଧିକ ନେତା କଂଗ୍ରେସରେ ସାମିଲ୍‌ ହୋଇଛନ୍ତି। ଯାହାକୁ ଦେଖି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।

ଭାଜପା ନେତା କଂଗ୍ରେସରେ ସାମିଲ୍‌ ହେବାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ନିଜ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ଏଏପିର ନେତା କଂଗ୍ରେସରେ ସାମିଲ୍‌ ହେବା ସମସ୍ତଙ୍କୁ ତାଜୁବ କରିଛି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଯେଉଁମାନେ ଭାଜପା ଓ ଏଏପିର ପୂର୍ବ ନେତାଙ୍କୁ ସ୍ବାଗତ କରି ସଦସ୍ୟତା ପ୍ରଦାନ କରିଥିଲେ।
ତେବେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, କଂଗ୍ରେସ ଏଏପି ସରକାରଙ୍କୁ ନିଶାଣ କରି ଦିଲ୍ଲୀରେ ଭୋଟବ୍ୟାଙ୍କ ହାତେଇବାକୁ ଚାହୁଁଛି।

Share