Categories: ଖେଳ

ସଙ୍କେତ, ବିଶାଲଙ୍କ ଶତକ, ସୋହମ, ମାଧବଙ୍କୁ ୫

ଭୁବନେଶ୍ୱର,୨୩ା୫
(ସ୍ପୋଟର୍‌ସ ବ୍ୟୁରୋ)
ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ୧୬ ବର୍ଷରୁ କମ୍‌ ଆନ୍ତଃଜିଲା କ୍ରିକେଟ ଟୁର୍ନାମେଣ୍ଟର ପ୍ରଥମ ଚରଣ ଅନୁଷ୍ଠିତ ହେଉଛି। ସୋମବାର ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର ବି, କେନ୍ଦୁଝର, ନୂଆପଡା, ବରଗଡ, ଖୋର୍ଦ୍ଧା ଓ ଗଜପତି ବିଜୟୀ ହୋଇଛନ୍ତି। ଭୁବନେଶ୍ୱର ବିର ସୋହମ ପଟ୍ଟନାୟକ ଓ ମାଲକାନଗିରିର କୋଟଲା ମାଧବା ୫ ଉଇକେଟ ସଫଳତା ହାସଲ କରିଥିବା ବେଳେ କେନ୍ଦୁଝରର ସଙ୍କେତ ପଣ୍ଡା ଓ ନୂଆପଡାର ବିଶାଲ କୁମ୍ଭାର ଶତକ ହାସଲ କରିଛନ୍ତି।
ରେଲଓ୍ବେ ଗ୍ରାଉଣ୍ଡ: ଏଠାରେ ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର ବି ୫୯ ରନରେ ମାଲକାନଗିରିକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭୁବନେଶ୍ୱର ୪୬.୧ ସଭରରେ ୨୦୩ ରନରେ ଅଲଆଉଟ ହୋଇଥିଲା। ପ୍ରୟାନ୍‌ ସାମଲ ସର୍ବାଧିକ ୪୭ ରନ୍‌ କରିଥିଲେ। ଜବାବରେ ସୋହମ ପଟ୍ଟନାୟକ ୨୫ ରନରେ ୫ ଉଇକେଟ ନେବାରୁ ମାଲକାନଗିରି ୩୨.୧ ଓଭରରେ ୧୪୪ ରନ୍‌ରେ ଅଲଆଉଟ ହୋଇଥିଲା।
ଟାଉନ୍‌ କ୍ଲବ୍‌(ଭୁବନେଶ୍ୱର): ଏଠାରେ ଅନୁଷ୍ଠିତ ମ୍ୟାଚରେ କେନ୍ଦୁଝର ୨୫୬ ରନ୍‌ର ବିଶାଳ ବ୍ୟବଧାନରେ ଜଗତସିଂହପୁରକୁ ହରାଇଛି। ପ୍ରଥମେ ବ୍ୟାଟିଂ କରି କେନ୍ଦୁଝର ୪୯ ଓଭରରେ ୫ ଉଇକେଟରେ ୨୯୦ ରନ୍‌ କରିଥିଲା। ଜବାବରେ ସନ୍ତୋଷ ରାଉତ ୪ ରନରେ ୪ ଉଇକେଟ ନେବାରୁ ଜଗତସିଂହପୁର ୩୪ ରନ୍‌ରେ ସମସ୍ତ ଉଇକେଟ ହରାଇଥିଲା।
ଅଡଶପୁର ଗ୍ରାଉଣ୍ଡ: ଏଠାରେ ଅନୁଷ୍ଠିତ ମ୍ୟାଚରେ ନୂଆପଡା ୧୯ ରନ୍‌ରେ କନ୍ଧମାଳକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବିଶାଲ କୁମ୍ଭାରଙ୍କ ଶତକ ବଳରେ ନୂଆପଡା ୩୨.୩ ଓଭରରେ ସମସ୍ତ ଉଇକେଟ ହରାଇ ୨୦୩ ରନ୍‌ କରିବାରେ ସମର୍ଥ ହୋଇଥିଲା। ଜବାବରେ କନ୍ଧମାଳ ୪୫ ଓଭରରେ ୮ ଉଇକେଟ ହରାଇ ୧୮୪ ରନ କରିଥିଲା।
ବିଜେଏଚ୍‌ଏସ୍‌ ଗ୍ରାଉଣ୍ଡ (ଖୋର୍ଦ୍ଧା): ଏଠାରେ କଟକ- ବି’କୁ ୬ ଉଇକେଟରେ ହରାଇଛି ବରଗଡ। ପ୍ରଥମେ ବ୍ୟାଟିଂ କରି କଟକ ସମସ୍ତ ଉଇକେଟ ହରାଇ ୧୪୩ ରନ୍‌ କରିଥିଲା। ଜବାବରେ ବରଗଡ ୩୭.୩ ଓଭରରେ ୪ ଉଇକେଟ ହରଇ ୧୪୫ ରନ୍‌ କରିଥିଲା।

Share