Categories: ଖେଳ

ଏସିଆ କପ୍ ପୂର୍ବରୁ ବାଲାଂଦେଶକୁ ମିଳିଲା ନୂଆ ଅଧିନାୟକ, ଏହି ଧୂରନ୍ଧର ନେବେ ନେତୃତ୍ବ

ନୂଆଦିଲ୍ଲୀ, ୧୧। ୮: ଆଇସିସି ଦିନିକିଆ ବିଶ୍ବକପକୁ ଆଉ ଦୁଇ ମାସରୁ କମ୍ ସମୟ ବାକି। ହେଲେ ଏହା ପୂର୍ବରୁ ଏସିଆ କପ୍ ଖେଳାଯିବ। ଅଗଷ୍ଟ ୩୧ରୁ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ଏହା ଅନୁଷ୍ଠିତ ହେବ। ତେବେ ଏହି ଦୁଇ ଟୁର୍ନାମେଣ୍ଟ ପୂର୍ବରୁ ବାଲାଂଦେଶ କ୍ରିକେଟରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି। ବସିବା ଅନୁଭବୀ ଅଲରାଉଣ୍ଡର ଶାକିବ ଅଲ୍ ହାସନଙ୍କୁ ଉଭୟ ଟୁର୍ନାମେଣ୍ଟ ଲାଗି ଅଧିନାୟକ ନିଯୁକ୍ତ କରାଯାଇଛି। ୩୬ ବର୍ଷୀୟ ଶାକିବ ତାମିମ୍ ଇକବାଲଙ୍କ ସ୍ଥାନ ନେଇଛନ୍ତି। ସେ ଏଯାବତ ଦଳ ଲାଗି ୧୯ ଟେଷ୍ଟ, ୫୨ ଦିନିକିଆ, ୩୯ ଟି୨୦ ମ୍ୟାଚରେ ଅଧିନାୟକ ଦାୟିତ୍ଵ ତୁଲାଇଛନ୍ତି।

Share